ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ପୁରୀ ସେବାୟତଙ୍କ ଦୃଢ ବିରୋଧ

ପୁରୀ : ପୁଣି ଅଦିନିଆ ରଥ ଯାତ୍ରା ଆୟୋଜନକୁ ନେଇ ପୁଣି ବିରୋଧ ଆରମ୍ଭ ହୋଇଛି । ଆଗାମୀ ୨୪ ତାରିଖରେ ମଧ୍ୟ ପ୍ରଦେଶର ଗ୍ୱାଲିୟର ସହରରେ ଇସ୍କନ ପକ୍ଷରୁ ରଥ ଯାତ୍ରା ଆୟୋଜନ ନେଇ ବ୍ୟବସ୍ଥାକୁ ପୁରୀରେ ସେବାୟତ ମାନେ ଦୃଢ଼ ବିରୋଧ କରିଛନ୍ତି । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପୁରୀ ରେ ମହାପ୍ରଭୁଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହା ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି । ଏହି ତିଥି ଅନୁଯାୟୀ ଆଗାମୀ ଜୁନ୍‌ ୨୦ରେ ପୁରୀରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହେବ । କେବଳ ପୁରୀ କାହିଁକି ଓଡ଼ିଶା ଓ ଭାରତରେ ବିଭିନ୍ନ ମନ୍ଦିର ରେ ମଧ୍ୟ ସେହିଦିନ ରଥ ଯାତ୍ରା ଅନୁଷ୍ଠିତ ହେବ । ତେବେ ଇସ୍କନ ପକ୍ଷରୁ ଏହି ପରମ୍ପରା ଉଲ୍ଲଂଘନ କରାଯାଇ ମଧ୍ୟ ପ୍ରଦେଶର ଗ୍ୱାଲିୟର ସହରରେ ଆଗାମୀ ୨୪ ଜୁନ୍‌ ରେ ଅଦିନିଆ ରଥ ଯାତ୍ରା ଆୟୋଜନ ନେଇ ବ୍ୟବସ୍ଥା ହୋଇଛ଼ି । ଏହାର ସୂଚନା ସୋସିଆଲ ମିଡ଼ିଆ ରେ ଦିଆଯାଇଛି । ଏହି ରଥ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ରଥ ଯାତ୍ରାକୁ ସଫଳ କରିବା ପାଇଁ ଗ୍ୱାଲିୟର ଇସ୍କନ ସେଣ୍ଟର୍‌ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ରଥଯାତ୍ରାରେ ସାମିଲ ହୋଇ ଇସ୍କନକୁ ଅର୍ଥ ଦାନ କରିବା ପାଇଁ ଆହ୍ୱାନ ଦିଆଯାଇଚି । ତେବେ ଅଦିନିଆ ରଥ ଯାତ୍ରା ଆୟୋଜନ ନେଇ ଇସ୍କନ ସବୁବେଳେ ବିବାଦରେ ରହି ଆସିଛି । ଭାରତ କାହିଁକି ବିଦେଶରେ ମଧ୍ୟ ଏହି ଅନୁଷ୍ଠାନ ବର୍ଷ ବିଭିନ୍ନ ସମୟରେ ଅଦିନିଆ ରଥ ଯାତ୍ରା ଆୟୋଜନ କରି କୋଟି କୋଟି ଟଙ୍କା ଦାନ ଆକାରରେ ସଂଗ୍ରହ କରୁଥିବା ଅଭିଯୋଗ ହୋଇ ଆସୁଚି । ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ସଂସ୍କୃତି ସାରା ବିଶ୍ୱ ରେ ପ୍ରଚାର ପ୍ରସାର କରୁଥିବା ନେଇ ଦାବୀ କରି ଆସିଥିବା ଇସ୍କନ ସଙ୍ଗଠନ ବାରମ୍ବାର ମହାପ୍ରଭୁଙ୍କ ପରମ୍ପରା ଉଲଘଂନ କରୁଥିବା ଅଭିଯୋଗ ହୋଇ ଆସୁଚି । ଏ ନେଇ ପୂର୍ବରୁ ଗଜପତି ମହାରାଜା, ସେବାୟତ ଇସ୍କନକୁ ଏଭଳି ବେନିୟମ କାର୍ଯ୍ୟ ନ କରିବାକୁ ସଚେତନ କରୁଥିଲେ ମଧ୍ୟ ଇସ୍କନ ଏହା ପାଳନ କରୁନାହଁ । ଏଣୁ ରାଜ୍ୟ ସରକାର ଭାରତ ସରକାରଙ୍କ ସହ ଆଲୋ ଚୋନା କରି ଇସ୍କନର ବେଆଇନ ରଥ ଯାତ୍ରା ଆୟୋଜନ ନେଇ ରୋକ୍‌ ଲଗାଇବା ନେଇ ପୁରୀରେ ମହାପ୍ରଭୁଙ୍କ ସେବକ ଦାବୀ କରିଛନ୍ତି ।

Comments (0)
Add Comment