ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ଉପ-ନିରିକ୍ଷକ ସିଦେ୍ଧଶ୍ୱର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ବାସେଳୀସାହି ଥାନା ଅଧୀନରେ ଥିବା ଶଙ୍କରପୁର ଛକ ଠାରେ ଚଢ଼ାଉକରି ସନ୍ତୋଷ ନାୟକ (୩୯)ଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ ୬୦(ଷାଠିଏ) ଗ୍ରାମ ବ୍ରାଉନ ସୁଗାର(ହିରୋଇନ ) ଜବତ କରାଯାଇଛି । ଜିଲ୍ଲା ମୋବାଇଲ ସ୍କ୍ୱାଡ କେସ ନଂ -୧୭୨/୨୨-୨୩ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୬,୦୦,୦୦୦/-ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ, ଏଏସ୍ଆଇ ସୁବାଷ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳି ବେହେରା ଏବଂ କର୍ମଚାରୀ ପ୍ରଦୀପ୍ତ ପଣ୍ଡା, ସଂଜିପ ହସ୍ତୀ, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ । ମୋବାଇଲ ସ୍କ୍ୱାଡ ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା ।