ତମାଖୁ ଦୋକାନଗୁଡିକରେ ଚଢାଉ, ୩ହଜାର ଜରିମାନା ଆଦାୟ

ପୁରୀ : ଆଜି ଜିଲ୍ଲା ପ୍ରଶାସନ ଓ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ତରଫରୁ ପୁରୀ ମୁନିସିପାଳିଟିର ବିଭିନ୍ନ ଶିକ୍ଷାନୁଷ୍ଠାନ ଅଂଚଳରେ ବେଆଇନ ତମାଖୁ ଦୋକାନଗୁଡିକ ଉପରେ ଚଢ଼ାଉ କରାଯିବା ସହ ୩ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି । ସେହିପରି ବିପୁଳ ପରିମାଣର ତମାଖୁ ପଦାର୍ଥକୁ ନଷ୍ଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଶୋକ କୁମାର ମିଶ୍ର,ଖାଦ୍ୟ ସୁରକ୍ଷା ଅଧିକାରୀ ବେଦଶ୍ରୀ ସାହୁ, କୁମ୍ଭାରପଡା ଥାନା ଅଧିକାରୀ, ଜିଲ୍ଲା ତମାଖୁ ନିୟନ୍ତ୍ରଣ ଅଧିକାରୀ ଡା ସୁଶାନ୍ତ କୁମାର ବିଶ୍ୱାଳ ମିଳିତ ଭାବରେ ଚଢ଼ାଉ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଅଂଚଳରେ ଜାରି ରହିବ ।

Comments (0)
Add Comment