ହରଭଙ୍ଗା : କଟକ ଜିଲ୍ଲା ନରସିଂହପୁର ମହୋତ୍ସବ ପଡ଼ିଆରେ ଅନୁଷ୍ଠିତ ହୋଇଥିବା “ସେବା ମହୋତ୍ସବ’ କାର୍ଯ୍ୟକ୍ରମରେ ସେବଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ର ବରିଷ୍ଠ ସାମ୍ବାଦିକ ବିଭୁଦତ୍ତ ବୋଷ । ଗତକାଲି ନରସିଂହପୁର ମହୋତ୍ସବ ପଡ଼ିଆରେ ସେବାମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଷାଣି, ଅନ୍ୟତମ ଅତିଥିଭାବେ ବିଧାୟକ ଦେବୀପ୍ରସାଦ ମିଶ୍ର,ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂ ମର୍ଦରାଜ୍, ବଡ଼ମ୍ବା ରାଜା ତ୍ରିଭୁବନ ବିକ୍ରମ ଦେବ୍, ନରସିଂହପୁର ରାଜା ନାରାୟଣ ଭଞ୍ଜ ଦେଓଙ୍କ ସହିତ ବାଙ୍କୀ ବ୍ଲକ୍ ଚେୟାରମ୍ୟାନ୍, ଜିଲ୍ଲା ପରିଷଦ ଉପସ୍ଥିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ତଥାଗତ ବିଶ୍ୱାଳ(କଳିଙ୍ଗ ଟିଭି ସାମ୍ବାଦିକ) ପାଞ୍ଚ ବର୍ଷ ତଳେ ପ୍ରଥମ କରି ଅସହାୟ ବୁଦ୍ଧବୃଦ୍ଧାଙ୍କୁ ନେଇ ଏହି ଅନୁଷ୍ଠାନ ଆରମ୍ଭ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ସ୍ମୃତିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ମଣିଆବନ୍ଧର ମୃଦଙ୍ଗ ବାଜଣ ଓ ସ୍କୁଲ୍ର କୁନି ପ୍ରତିଭାକୁ ନେଇ ଏକ ସୁନ୍ଦର ଭଜନ ସମାରୋହ ବେଶ୍ ଚିତ୍ତାକର୍ଷକ ଥିଲା । ଆଖ ପାଖର ଅନେକ ଅସହାୟ ବୁଦ୍ଧବୃଦ୍ଧା ଯୋଗ ଦେଇଥିଲେ । ମାନବ ସମାଜରେ ପରୋପକାର ହିଁ ଶ୍ରେଷ୍ଠ ଧର୍ମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମରେ କୁନି କୁନି ପିଲାମାନଙ୍କୁ ବହି, ଖାତା, ପେନସିଲ, ରବର୍ ଇତ୍ୟାଦି ଅନୁଷ୍ଠାନ ତରଫରୁ ବଣ୍ଟନ କରାଯାଇଥିବା ବେଳେ ଉପସ୍ଥିତି ବୃଦ୍ଧବୃଦ୍ଧାମାନଙ୍କୁ ଚପଲ,କମ୍ବଳ ଇତ୍ୟାଦି ବଣ୍ଟନ କରାଯାଇଥିଲା । ସେବା କାର୍ଯ୍ୟରେ ଯେଉଁ ମାନେ ନିଷ୍ଠାର ସହ କାର୍ଯ୍ୟ କରିଆସୁଛନ୍ତି ସେମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ର ଦୈନିକ “ହୀରାଞ୍ଚଳ’ର ପ୍ରତିନିଧି ବିଭୁଦତ୍ତ ବୋଷଙ୍କୁ ମୁଖ୍ୟ ଅତିଥି ସେବଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ । ତାଙ୍କର ପରୋପକର ତଥା ସେବାମନୋବୃତ୍ତି ପାଇଁ ଏହି ସମ୍ମାନ ତାଙ୍କୁ ମିଳିଥିବାରୁ ପୁରୁଣାକଟକ ଭୈରବୀ ମହୋତ୍ସବ କମିଟି ପକ୍ଷରୁ ମଧ୍ୟ ପୁଷ୍ପ ଗୁଚ୍ଛ ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ସଭାପତି ଅଶୋକ ଅଗ୍ରୱାଲ, ସୁକାନ୍ତ ପଟ୍ଟନାୟକ, ପ୍ରାଣବନ୍ଧୁ ସାହୁ ଓ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ଆଗକୁ ଏହିପରି ପରୋପକାର ସେବା ମନୋଭାବ ରଖି କାମ କରିବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ଶ୍ରୀ ବୋଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।