ବ୍ରହ୍ମପୁର : ଭୁଶୁଡିଲା ବ୍ରିଟିଶ ଅମଳର ବ୍ରିଜ୍ । ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳ ଲୁଦୂପୁଟି ପଞ୍ଚାୟତରେ ୧୯୨୬ ମସିହାରେ ନିର୍ମାଣ ହୋଇଥିବା ଏକ ବ୍ରିଜ୍ ଭୁଶୁଡି ପଡିଛି । ଏହି ବ୍ରିଜ୍ ଦ୍ୱାରା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ହେଉଥିଲା । ଆନ୍ଧ୍ର ଜିଲ୍ଲା ପ୍ରଶାସନ ଏହି ବ୍ରିଜରେ ଭାରିଯାନ ଚଳାଚଳକୁ ବାରଣ କରିଥିଲେ । ଆଜି ସକାଳେ ଏକ ପଥର ବୋଝେଇ ଟ୍ରକ୍ ଯାଉଥିବା ବେଳେ ବ୍ରିଜଟି ଭୁଶୁଡି ପଡିଥିଲା । ଫଳରେ ଇଚ୍ଛାପୁର ଓ ପାତ୍ରପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।