ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ସୁନ୍ଦର ଡାଙ୍ଗୋ ଗ୍ରାମ ପଞ୍ଚାୟତ ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନ ମାଝୀଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣୀରେ ସର୍ବମୋଟ ୫୯ ଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ୬ ଟି ଅଭିଯୋଗ ତୁରନ୍ତ ପଦକ୍ଷେପ ନେଇ ସମାଧାନ କରାଯାଇଛି । ଅନ୍ୟ ଅଭିଯୋଗ ଗୁଡିକ ତୁରନ୍ତ ସମାଧାନ ସକାଶେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରି ଶେଷରେ ଜଙ୍ଗଲ ଜମି ପଟ୍ଟା ପ୍ରକୃତ ହିତାଧିକାରୀଙ୍କୁ ବଣ୍ଟନ କରିବା ସହ ପ୍ରକୃତ ହିତାଧିକାରୀଙ୍କୁ ହ୍ୱିଇଲ ଚେୟାର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଜନ ସାଧାରଣ ଉପସ୍ଥିତ ଥିଲେ ।

Comments (0)
Add Comment