ଜିଲ୍ଲାସ୍ତରୀୟ ଆପଦା ମିତ୍ର ତାଲିମ୍‌ କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଚାଲିଥିବା ୧୨ଦିନିଆ ତାଲିମ୍‌ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ତାଲିମ୍‌ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ସ୍ୱେଚ୍ଛାସେବୀମାନଙ୍କୁ ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖିବା ଓ ଅତିଜରୁରୀ ହେଲେ ବାତ୍ୟା ଆଶ୍ରୟ ସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ପଡିବ । ସ୍ୱେଚ୍ଛାସେବୀମାନେ ଜରୁରୀ କାଳୀନ ପରିସ୍ଥିତିରେ ଲୋକ ମାନଙ୍କ ଜୀବନ ଉପରେ ତାଲିମ ପ୍ରଦାନ କରାଯାଇଛି । ଯେତେବେଳେ ବିପର୍ଯ୍ୟୟ ଆସେ ଜିଲ୍ଲା ପ୍ରଶାସନ ସଜାଗ ରହିଛି ବୋଲି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସୂଚନା ପ୍ରଦାନ କରିଥିଲେ । ଏହି ଆପଦା ମିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଯୁବକମାନଙ୍କୁ ଉପଯୁକ୍ତ ତାଲିମ୍‌ ପ୍ରଦାନ କରାଯିବା ସହିତ ଉଦ୍ଧାର କରିବା ଓ ରିଲିଫ୍‌ କାର୍ଯ୍ୟରେ ବିପର୍ଯ୍ୟୟର ପ୍ରଭାବିତ ଜନସାଧାରଣଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା । ଏହି ତାଲିମ୍‌ କାର୍ଯ୍ୟକ୍ରମରେ ଓଏସଏପି ଅଷ୍ଟମ ବାଟାଲିୟନ ଛତ୍ରପୁର ଫାୟର ବିଗ୍ରେଡ୍‌ ଦଳ ଏବଂ ସିଭିଲ୍‌ ଡିଫେନ୍ସରୁ ୮ ଜଣ ମନୋନୀତ ପ୍ରଶିକ୍ଷକଙ୍କ ଦ୍ୱାରା ଏହି ୧୨ ଦିନ ତାଲିମ୍‌ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଳକ ରୁ ମୋଟ ୪୦ ଜଣ ଯୁବକ ଯୁବତୀ ପ୍ରଶିକ୍ଷଣ ପାଇଛନ୍ତି । ଏହି ଆପଦା ମିତ୍ର ତାଲିମ୍‌ କାର୍ଯ୍ୟକ୍ରମ ଆମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଓଏସଏପିର ସିଭିଲ ଡିଫେନ୍ସ ଓ ଫାୟାର ବ୍ରିଗେଡ ଟିମ୍‌ ତାଲିମ୍‌ ପ୍ରାପ୍ତ ତଥା ଅଭିଜ୍ଞ ପ୍ରଶିକ୍ଷଣ ଠାରୁ ତାଲିମ ପାଇପାରିଛନ୍ତି । ଏହି ଆପଦା ମିତ୍ର ତାଲିମ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ସହାୟକ ମହାବିଦ୍ୟାଳୟର ଏନ୍‌ ସି ସି ଅଫିସର ସୁମନ୍ତ କୁମାର ବେହେରା, ଓଏସଏପି ଅଷ୍ଟମ ବାଟାଲିୟନ ଛତ୍ରପୁର ପ୍ରଶିକ୍ଷକ ପ୍ରତାବ କୁମର ଜେନା ଓ ପ୍ରଶିକ୍ଷକ ଉପସ୍ଥିତ ଥିଲେ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରଦୋଶ କୁମାର ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭାଗୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ତାଲିମ ପାଇଥିବା ଯୁବକ ଯୁବତୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ତାଲିମ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

Comments (0)
Add Comment