ଜନ୍ହାପଙ୍କ/ବୌଦ୍ଧ ୨/୮:ବୌଦ୍ଧ ବ୍ଲକ ଲକ୍ମୀପ୍ରସାଦ ପଂଚାୟତ ନାରାୟଣନଗର ଗଙ୍ଗାଧର ଛକରେ ଥିବା ଗଙ୍ଗାଧର ସ୍ମୃତି ମଣ୍ଡପ ଓ ମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡି ରହିଛି | ରାତି ପାହିଲେ ସ୍ୱଭାବ କବିଙ୍କ ଜନ୍ମ ଜୟନ୍ତୀ ପାଳିବ ସମଗ୍ର ରାଜ୍ୟ। ହେଲେ ଏଠାରେ ଥିବା ପ୍ରତିମୂର୍ତ୍ତି ଉପରେ ଜିଲ୍ଲା ପ୍ରଶାସନ କିମ୍ବା ପଂଚାୟତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନପଡିବା ପରିତାପର ଵିଷୟ।କେବଳ କିଛି ସ୍ବେଚ୍ଛାସେବୀଙ୍କ ପ୍ରଚେଷ୍ଟାରେ ଜୟନ୍ତୀ ଦିନ ମୂର୍ତ୍ତିକୁ ସଫାସୁତୁରା କରି ଫୁଲ ଚନ୍ଦନ ଧୂପକାଠି ଦେଇ କାମ ସାରିଦିଅନ୍ତି ।ତାପରେ ପୁଣି ବର୍ଷ ବିତିଯାଏ ।ଏହିପରି ୨୯ ବର୍ଷ ବିତିଯାଇଥିଲେ ମଧ୍ୟ ଅବସ୍ଥା ପ୍ରତି କାହାର ଦୃଷ୍ଟି ପଡ଼ିନାହିଁ । ସୂଚନାଯୋଗ୍ୟ ଯେ ୧୯୮୦ ମସିହାରେ ମେହେର ସମାଜ ପକ୍ଷରୁ ଏହି ମଣ୍ଡପ ଓ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ମଣ୍ଡପର ୪ ଟି ଖମ୍ବ ମଧ୍ୟରୁ ଗୋଟିଏ ଖମ୍ବର କଂକ୍ରିଟ ଛାଡି ଛଡ଼ ଦିଶିଲାଣି ପଛେ ଏହାର ମରାମତି ନକରିବା ଦୁଃଖର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି । ଏନେଇ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କୁ ଯୋଗାଯୋଗ କରିବାରୁ ସ୍ଥାନୀୟ ବିଧାୟକ ୧ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି କିନ୍ତୁ ଆମେ ଏହାକୁ ନୂତନ ଭାବେ କରିବାକୁ ଯୋଜନା ରଖିଛୁ ଏବଂ ଆସନ୍ତା ୪ ତାରିଖରୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ ।