ଅସରାଏ ବର୍ଷାରେ ସ୍କୁଲ ପରିସର ଜଳାର୍ଣ୍ଣବ

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବହୁ ପୁରାତନ ଡ଼ିମିରିଝରି ଆଞ୍ଚଳିକ ବିଦ୍ୟାଳୟକୁ ୫-ଟି ଯୋଜନାରେ ରାଜ୍ୟ ସରକାର ରୂପାନ୍ତରିତ କରି ସୌନ୍ଦର୍ଯ୍ୟକରଣ କରିବା ସହ ସ୍ମାର୍ଟ ଓ ଡିଜିଟାଲ ମଧ୍ୟରେ ପାଠ ପଢାଇବାକୁ ଅନୁସଙ୍ଗିକ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ସରକାର ୪୫ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ସେଥି ମଧ୍ୟରୁ ୧୦ଲକ୍ଷ ଟଙ୍କା ରକ୍ଷଣବେକ୍ଷଣ ରଖାଯାଉଥିବା ବେଳେ ୩୫ଲକ୍ଷ ଟଙ୍କା ବ୍ୟୟ କରାଯାଉଛି । ଏତେ ଟଙ୍କା ବ୍ୟୟ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାରୀଙ୍କ ଦାୟିତ୍ୱହିନ ଯୋଗୁ ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହେବାରେ ବିଫଳ ହେଉଛି । ଯାହାର ପରିଣାମ ଭୋଗ କରୁଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ,ଶିକ୍ଷୟତ୍ରୀ । ରଙ୍ଗବେରଙ୍ଗ କରି ସଜେଇ ହୋଇଥିେ ମଧ୍ୟ ଅସରାଏ ବର୍ଷା ହେଲେ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ଯାହାକି ମୋ ପୋଖରୀ ସଦୃଶ୍ୟ । ତେବେ ଉକ୍ତ ବିଦ୍ୟାଳୟଟି ଜାତୀୟ ରାଜପଥ କଡ଼ରେ ଲାଗି ରହିଛି । ବିଦ୍ୟାଳୟଟି ୫-ଟି ରୂପାନ୍ତରିତ ହେବା ପରେ ଛାତ୍ର ଛାତ୍ରୀ, ଅଭିଭାବକ ମହଲରେ ଉତ୍ସାହ ଆସିଥିବା ବେଳେ ବିଦ୍ୟାଳୟରେ ଏଭଳି ଅସରାଏ ବର୍ଷାରେ ମୋ ପୋଖରୀ ଅବସ୍ଥାକୁ ବୁଦ୍ଧିଜୀବୀଙ୍କ ମହଲରେ ଦୃଢ ନିନ୍ଦା କରିବା ସହ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାରଙ୍କ ବୁଝାମଣା ପାଇଁ ଏଭଳି ଅବସ୍ଥା ସାଧାରଣରେ ଚର୍ଚ୍ଚା ଚାଲିଛି । ତୁରନ୍ତ ବିଦ୍ୟାଳୟ ପରିସରରୁ ଜଳ ନିଷ୍କାସନ କରିବା ପାଇଁ ଦାବି ହେଉଛି ।

Comments (0)
Add Comment