ବିଶ୍ୱ ଆୟୋଡିନ ଅଭାବ ବ୍ୟାଧି ନିରାକରଣ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କନଫେରେନ୍ସ ହଲ ଠାରେ ବିଶ୍ୱ ଆୟୋଡିନ ଅଭାବ ବ୍ୟାଧି ନିରାକରଣ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇ ଥିବା ବେଳେ ଡିପିଏଚ୍‌ଓ ଡକ୍ଟର ଏମ୍‌ ଏମ୍‌ ଅଲ୍ଲୀ, ଏଡିପିଏଚ୍‌ଓ ଡକ୍ଟର ଆନନ୍ଦ ସାମନ୍ତ ରାୟ, ଖାଦ୍ୟ ସୁରକ୍ଷା ଅଧିକାରିଣୀ ଡକ୍ଟର ତାପସ୍ୱିନୀ ବେହେରା, ନେତ୍ରାନନ୍ଦ ଶତପଥୀ, ସୁଫଳା ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ମଞ୍ଚାସିନ ଅତିଥିମାନଙ୍କ ଦ୍ୱାରା ଆୟୋଡିନ ଅଭାବ ଜନିତ ବ୍ୟାଧି,ଆୟୋଡିନ ବ୍ୟବହାର, ଆୟୋଡିନ ଲୁଣ ବ୍ୟବହାର ସମ୍ପର୍କରେ ସଚେତନତା କରିଥିଲେ ।ଏହା କିପରି ନିରାକରଣ କରାଯାଇପାରିବ ତା ଉପରେ ନିଜର ବକ୍ତବ୍ୟ ରଖିଥିଲେ ଏଏନଏମ୍‌ ଆଶା ଦିଦି । ଆୟୋଡିନ ବ୍ୟବହାର କରିବାକୁ ସଚେତନତା କରିଥିଲେ ।

Comments (0)
Add Comment