ପୁରୀ : ନିମାପଡା ଥାନା ନିମାପଡା-ପିପିଲି ରାସ୍ତାର ଗରପଦାର ତାରେଣି ଘସଡାରେ ଥିବା ଏକ ଘରୋଇ ସ୍କୁଲ ପଛପଟେ ଏକ ପରିତ୍ୟକ୍ତ କୂଅ ଭିତରୁ ଏକ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛ଼ି । ଘଟଣା ସ୍ଥଳରେ ନିମାପଡା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ଶବଟି ପ୍ରାୟ ଏକ ସପ୍ତାହ ହେବ ମୁଖ୍ୟ ରାସ୍ତା ଠାରୁ ୨୦୦ ମିଟର ଦୂରରେ ଥିବା ପରିତ୍ୟକ୍ତ କୂଅ ଭିତରେ ପଡିରହି ପଚି ଯାଇଥିବା ଦେଖିବାକୁ ମିଳିଛି । ଆଜି କିଛି ଲୋକ ସେପଟେ ଯାଉଥିବା ବେଳେ ପ୍ରବଳ ଦୁର୍ଗନ୍ଧ ହୋଇଥଲା । ପରେ ଉକ୍ତ ସ୍ଥାନରେ ଜଣେ ଉଲଗ୍ନ ମହିଳାଙ୍କ ମୃତଦେହ ପଡିଥିବା ଦେଖିଥିଲେ ଲୋକେ । ପରେ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କ ମୃତଦେହ ଯେଭଳି ପଡ଼ି ରହିଛି ପାରିପାର୍ଶିକ ସ୍ଥିତି ଦେଖିଲେ ତାଂକୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ଆଶଂକା କରାଯାଉଛି ।