ଘୁ ଉଦୟଗିରି :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଲା । ଆଗକୁ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିର୍ବାଚନ । ପ୍ରଥମେ ଅଧ୍ୟକ୍ଷ ନିର୍ବାଚନ ପାଇଁ ସମିତିସଭ୍ୟମାନେ ସବୁ ଅଣ୍ଡର ଗ୍ରାଉଣ୍ଡ ହୋଇ ରହିଥିବା ବେଳେ କିଏ ଅଧ୍ୟକ୍ଷ ମୁକୁଟ ପିନ୍ଧିବ ତାର କୌଣସି ସ୍ପଷ୍ଟ ଚିତ୍ର ଆସିନୀ । ଏକ ଗୋଲକ ଧନ୍ଦା ଭିତରେ ପଶିଛି ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆଶାୟୀ ଏବଂ ନିର୍ବାଚନ । ଘୁ.ଉଦୟଗିରି ବ୍ଲକରେ ୮ଗୋଟି ପଞ୍ଚାୟତ । ୮ଜଣ ସମିତି ସଭ୍ୟ ନିର୍ବାଚିତ ହୋଇଛନ୍ତି ।ସେଥି ମଧ୍ୟରୁ ଆଶାୟୀ ତିନି ଜଣ ଅଛନ୍ତି । ମାଲିକାପୋଡି ପଞ୍ଚାୟତର ନବନିର୍ବାଚିତ ସମିତି ସଭ୍ୟ ସଚ୍ଚିଦାନନ୍ଦ ପ୍ରଧାନ, ରାଇକଲା ପଞ୍ଚାୟତର ସମିତିସଭ୍ୟା ସୁଷମା ପ୍ରଧାନ ଏବଂ କଳିଙ୍ଗା ସମିତିସଭ୍ୟ ମାଲ୍ୟବନ୍ତ କହଁର ଅଧ୍ୟକ୍ଷ ପଦବୀ ପାଇଁ ଆଶାୟୀ ଥିବା ବେଳେ କାହା ପାଖରେ ସଂଖ୍ୟାଧିକ ସମର୍ଥକ ନଥିବା ସୂଚନା ମିଳିଛି । କାହା ପାଖରେ ଜଣେ ତ କାହା ପାଖରେ ଦୁଇ ଜଣ ସମିତିସଭ୍ୟ ଅଛନ୍ତି । ବର୍ତ୍ତମାନ ବି ଯୋଗାଯୋଗ ଚାଲିଛି । କିଏ କେଉଁଆଡେ ଢଳିବେ କିଛି ସ୍ପଷ୍ଟ ଚିତ୍ର ମିଳୁ ନଥିବା ବେଳେ ସ୍ଥାନୀୟ ବିଧାୟକଙ୍କ ପାଖରେ ଦୁଇ ଜଣ ସମିତିସଭ୍ୟ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଅଧ୍ୟକ୍ଷ ପଦବୀ ପାଇଁ ତିନି ଆଶୟୀଙ୍କ ମଧ୍ୟରୁ ସଚ୍ଚିଦାନନ୍ଦ ପ୍ରଧାନ ରାଜନୀତି ମଇଦାନରେ ପୁରୁଣା ଖିଲାଡି । ଗୋଟିଏ ପଞ୍ଚାୟତରୁ ବାରମ୍ବାର ସରପଞ୍ଚ ଏବଂ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଆସୁଛନ୍ତି ଏବଂ ବିଜେଡି ଦଳ ସହ ସେ ଦୀର୍ଘ ବର୍ଷ ହେଲା ଅଛନ୍ତି । ସେ ଜାଣିଛନ୍ତି କେମିତି ଖେଳାଯିବ । ଅନ୍ୟ ଦୁଇ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ ରାଜନୀତି ରେ ନୂଆ ଖେଳାଳି ତଥାପି ଅଧ୍ୟକ୍ଷ ପଦ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଆଗକୁ ସ୍ପଷ୍ଟ ହେବ କିଏ କେତେ ପାରିବାର କିଏ କେତେ ସମର୍ଥନ ଯୋଗାଡ଼ କରିପାରୁଛନ୍ତି ଏବଂ ଅଧ୍ୟକ୍ଷ ପଦ ହାତଉଛି ।