ନାମାଙ୍କନରେ କଂଗ୍ରେସ ଆଗୁଆ

ବଲାଙ୍ଗୀର: କଂଗ୍ରେସ ଦଳର ବଲାଙ୍ଗୀର ପୌରାଧକ୍ଷା ଓ ସମର୍ଥିତ କାଉନସିଲର ଆଜି କରିଛନ୍ତି ନାମାଙ୍କନ । କଂଗ୍ରେସ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ କରିଥିଲେ । ରାଜ୍ୟ କଂଗ୍ରେସ ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଓ ବହୁ କର୍ମକର୍ତ୍ତାଙ୍କ ଉପସ୍ଥିତି ଥିଲେ । ଗତକାଲି ସନ୍ଧ୍ୟାରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା । ୱାର୍ଡ ନଂ ୨୧ର ପୂର୍ବତନ କାଉନସିଲର ଶ୍ରୀମତୀ ମିଲନି ସାହୁ କଂଗ୍ରେସ ଦଳର ପୌରାଧକ୍ଷା ପ୍ରାର୍ଥୀନୀ । ସୂଚାଇ ଦିଆଯାଏ ଯେ, ଏଥର ଲୋକେ ସିଧାସଳଖ ମତଦାନ କରି ପୌରାଧ୍ୟକ୍ଷା ବାଛିବେ । ପୂର୍ବରୁ ପରୋକ୍ଷ ନିର୍ବାଚନ ହେଉଥିଲା ଓ ବିଜେଡି ଲଗାତାର ଆସନ ହାତେଇ ଥିଲା । ପୁଣି ଲାଗି ଲାଗି ୨ଟି ବିଧାନସଭା ଭୋଟରେ ଜୟଲାଭ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସଦ୍ୟ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନ ଫଳାଫଳରେ ବିଶେଷତଃ ବଲାଙ୍ଗୀର ବିଧାନସଭା ନିର୍ବାଚନ ଅନ୍ତର୍ଗତ ସମସ୍ତ ୪ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ଜିତିଛି । ଏଣୁ ବିଜେଡି ମହଲରେ ଉତ୍ସାହ ଯେତିକି ପୌର ନିର୍ବାଚନ ପାଇଁ ପ୍ରୟାସ ଅଧିକ ହେବା ଆଶା କରାଯାଏ । ସାଂସଦ ସଙ୍ଗୀତା ସିଂହଦେଓ ଓ କେ ଭି ସିଂହଦେଓ ଥିଲେ ସୁଦ୍ଧା ବଲାଙ୍ଗୀର ସହରରେ ପଦ୍ମ ସଂଗଠନ ସେତେ ମଜଭୁତ ନୁହେଁ । ଏଣୁ କଂଗ୍ରେସ ଓ ବିଜେଡି ଜୋରଦାର ଲଢେଇ ସୁନିଶ୍ଚିତ । ତେବେ ପ୍ରାର୍ଥୀ ଚୟନରେ ଆଗରେ ହାତ । ୨୧ଟି ୱାର୍ଡ ପାଇଁ ଯଥାକ୍ରମେ ସସ୍ମିତା କୁମ୍ଭାର, ସୁଜାତା ପୋଢ, ରଜନୀ ବନଛୋର, ଅରବିନ୍ଦ ପରୁଆ, ଗୋବିନ୍ଦ ମହାନ୍ତି, ସ୍ମିତାରାଣୀ ପଟ୍ଟନାୟକ, ସବିତା ସତପଥି,ସୁଜାତା ସିଂହଦେଓ, ପ୍ରଦୀପ କୁମାର ମିଶ୍ର, ଅଞ୍ଜଳି ସାହୁ, ରଜନୀ ସେଠ, ଜ୍ୟୋସ୍ନା ବେହେରା, କଳ୍ପନା ସେଠ, ସବିତା ସାହୁ, ସୁରେନ୍ଦ୍ର ଅସରପାଲ, ସତ୍ୟବ୍ରତ ବଗର୍ତ୍ତୀ, ବାସନ୍ତି ଭୋଇ ଓ ମନୋଜ କୁମାର ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ୩ଟି ୱାର୍ଡରେ ଏଯାଏ ପ୍ରାର୍ଥୀ ସ୍ଥିର କରାଯାଇ ନାହିଁ ।

Comments (0)
Add Comment