ଖପ୍ରାଖୋଲ : ଖପ୍ରାଖୋଲ ପୋଲିସ ବେଆଇନ କପ୍ ସିରପ କାରବାର ଅଭିଯୋଗରେ ଶନିବାର ୪ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପଡ଼ିଆବହଲ ପଞ୍ଚାୟତ ପାଚେର ଗାଁ ର ଗଙ୍ଗା ସାହୁ (୨୪), ଅନିଲ ନିଆଲ୍ (୨୫) , ଧଣ୍ଡାମୁଣ୍ଡା ପଞ୍ଚାୟତ କଟାପାଲି ଗାଁର ଜୟନ୍ତ ରଣା (୨୫) ଓ ମୁକେଶ ପଟେଲ (୨୬) ବୋଲି ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପେଟ୍ରୋଲିଂ କଲାବେଳେ ଧଣ୍ଡମୁଣ୍ଡା ପାଚେର ରାସ୍ତାରେ ତନଖି କରି ମୋଟର ସାଇକେଲରେ ଯାଉଥିବା ଗଙ୍ଗା ଓ ଅନିଲଠାରୁ କଫ ସିରପ ପୋଲିସ ଜବତ କରିବା ସହ ଜୟନ୍ତ ଓ ମୁକେଶ ଠାରୁ ମଧ୍ୟ କଫ ସିରଫ ଜବତ କରିଥିବା ପୋଲିସ ସୂଚନା ଦେଇଛି । ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତଙ୍କଠାରୁ ୩୪ ବୋତଲ କଫ ସୀରପ, ନିଶା ବଟିକା, ନଗଦ ୧୩ ଶହ ଟଙ୍କା, ଗୋଟିଏ ମୋବାଇଲ, ଗୋଟିଏ ମୋଟର ସାଇକେଲ ଜବତ କରି କେସ ନ ୧୧୩/୨୨ ଓ ୧୧୪/୨୨ରେ ଦୁଇଟି ମାମଲା ରୂଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।