ପ୍ରାଣୀଧନ ନିରୀକ୍ଷକଙ୍କ ୫ଦଫା ଦାବିପତ୍ର ପ୍ରଦାନ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧିନରେ ଥିବା ପ୍ରାଣୀଧନ ନିରୀକ୍ଷକମାନେ ବୁଧବାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଏକ ଦାବିପତ୍ର କୋକସରା ଭ୍ରାମ୍ୟମାଣ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ସ୍ମୃତି ରଞ୍ଜନ ଦାସଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ମଧ୍ୟରେ ଦୁଇ ବର୍ଷିୟା ଡିପ୍ଲୋମା ପାଠ୍ୟକ୍ରମ ସହିତ ଡିପ୍ଲୋମା କାଉନସିଲ ଗଠନ, ପ୍ରାଣୀ ସଂଘ ନିରୀକ୍ଷକଙ୍କ କ୍ୟାଡ଼ର ପୁନଃଗଠନ ଓ ପୁନବିନ୍ୟାସ, ପ୍ରାଣୀ ସମ୍ପଦ ନିରୀକ୍ଷକ କ୍ୟାଡ଼ର ଦରମା ହାର ସଂଶୋଧନ ଓ ଅସଙ୍ଗତି ଦୂରୀକରଣ, ଚୟନ ନିୟମାବଳୀ ସଂଶୋଧନ, ଜବ ଚାର୍ଟ ସଂଶୋଧନ ଆଦି ଦାବି ରହିଛି । ଆଜି ଠାରୁ ବ୍ଳକର ୧୦ଟି ସ୍ଥାନରେ କାର୍ଯ୍ୟରତ ଏଲ୍‌ଆଇ, ଭିଟି, ଏଏଲ୍‌ଆଇ ସମସ୍ତେ କଳାବ୍ୟାଚ ପରିଧାନ କରିଛନ୍ତି । ଆଗାମୀ ୨୫ ତାରିଖ ମଧ୍ୟରେ ସରକାର ଦାବି ଗୁଡ଼ିକକୁ ପୂରଣ ନକଲେ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଏଲଆଇ ଦେବିସିଂ ନାଗ, ଜ୍ୟୋତି ଦାସ, ବଲଭଦ୍ର ମାଝୀ, ରୁଷିମଣୀ ପୁଝାରୀ, ରୀତିକ ଖମାରୀ, କୈଲାଶ ଚନ୍ଦ୍ର ସାହୁ, ଗିରିଶ୍ୱର ସାହୁ, ଭିଟି ଜୟରାମ ପୁଝାରୀ, ଏଏଲ୍‌ଆଇ ବିଶ୍ୱଜିତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment