ରିଜର୍ଭ ପୁଲିସ ଲାଇନରେ ରକ୍ତଦାନ ଶିବିର

ସମ୍ବଲପୁର :ନିଜର କର୍ତ୍ତବ୍ୟ ରୂପେ ବିଧି ଓ ବିଧାନ ରକ୍ଷା ବ୍ୟତୀତ ସମାଜ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ପୁଲିସ ବିଭାଗ ଆଗେଇ ଆସିଛି । ଗତ ଦିନ ବୁର୍ଲା ରକ୍ତଭଣ୍ଡାରରେ ରକ୍ତର ଘୋର ସଙ୍କଟ ରହିଛି ବୋଲି ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା । ତେଣୁ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁଙ୍କ ଆଦେଶ ଅନୁଯାୟୀ ସମ୍ବଲପୁର ପୋଲିସ ୫ଟି ସେଲ ଦ୍ୱାରା ରକ୍ତର ଅଭାବକୁ ଦୂର କରିବା ପାଇଁ ରିଜର୍ଭ ପୋଲିସ ଲାଇନରେ ସ୍ଥିତ କମ୍ୟୁନିଟି ସେଣ୍ଟରରେ ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ସର୍ବମୋଟ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ଅନୁଷ୍ଠାନିକ ଭାବରେ ଶିବିରକୁ ଉଦଘାଟନ କରିଥିବାବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଉପସ୍ଥିତ ନିଜେ ରକ୍ତଦାନ କରିଥିବାବେଳେ ଅନ୍ୟ ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ଉତ୍ସକ୍ଷହିତ କରିଥିଲେ । ପୁଲିସ ହାବିଲଦାର ଏବଂ କନେଷ୍ଟବଲ ସଂଘର ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନା କ୍ରମେ ଏହି ଶିବିର ଆୟୋଜନ କରାଯାଇଥିଲା । ବୁର୍ଲା ରକ୍ତ ଭଣ୍ଡାରର ଡା ଅମ୍ରିତା ଆଚାର୍ଯ୍ୟ, ଟେକନିସିଆନ ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ତୁଷାନ୍ତ ସାହୁ, ପ୍ରଶାନ୍ତ ବେହେରା, ଅରୁଣ ମାଝୀ, ଅମିତ ନାୟକ ଏବଂ ସ୍ୱାଧୀନ ଛତର ସହଯୋଗ କରିଥିଲେ ।

Comments (0)
Add Comment