ନୟାଗଡ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମର ବିଶ୍ୱରଂଜନ ପ୍ରଧାନ ୬ ବର୍ଷର ଶିଶୁ ଏକ ଅଜଣା ରୋଗରେ ପୀଡିତ ଥିଲେ । ବାପା-ମାଙ୍କର ବହୁ ଚେଷ୍ଟା ପରେ ଅଜଣା ରୋଗକୁ ଚିକିତ୍ସା କରିବାରେ ସମ୍ଭବ ହେଉନଥିଲା । ଫଳରେ ବାପା ମା ମନ ଦୁଃଖରେ କାଳତିପାତ କରୁଥିଲେ । ଗତ ବର୍ଷ ବିଶ୍ୱରଂଜନକୁ ଜ୍ୱର ହେଇଥିଲା । ବାପା-ମା ପୁଅଟିକୁ ଭଲ କରିବା ପାଇଁ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପୁଅର ଜ୍ୱର ଭଲ ନହେବାରୁ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲୋ ସେଠାରେ ପୁଣି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବି ଡାକ୍ତରଖାନାରେ ଚିକିତ୍ସିତ କରାଉଥିଲୋ । ସେଠାରେ ଟିବି ରୋଗ ହୋଇଥିବା ଡ଼ାକ୍ତର ଜାଣିଲେ । କିଛି ଦିନ କଟକ ମେଡିକାଲ ରେ ଚିକିତ୍ସା ହେବା ପରେ ବିଶ୍ୱରଂଜନ ନିଜ ଗାଁକୁ ଫେରି ଆସିଥିଲେ । ପୁଣି ତାର ଦେହ ଅତ୍ୟନ୍ତ ଖରାପ ହେବାରୁ ସ୍ୱାସ୍ଥ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟିବି ରୋଗ ଔଷଧ ଖାଇବା ଚାଲିଥିଲା । ସ୍ୱାସ୍ଥ୍ୟରେ ଉନ୍ନତି ନ ଆସିବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ପଠେଇଥିଲେ । ତାର ଦେହର ଓଜନ ଏବଂ ଅବସ୍ଥା ଭଲ ନଥିବାରୁ ଯେଉଁଥି ପାଇଁ ତାକୁ ଅପରେସନ କରିବା ସମ୍ଭବ ହେଉନଥିଲା । ଏଭଳି ଅବସ୍ଥା ଭିତରେ ମହିପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସତୀଶ ନିବେଦନ, ବରିଷ୍ଠ ଚିକିତ୍ସା ଅଧିକାରୀ ବିଶ୍ୱରଂଜନ ଦଳେଇ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କ ଘରେ ପହଞ୍ଚି ଚିକିତ୍ସା କରୁଥିଲେ । ଏହି ଖବର ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପାଖରେ ପହଞ୍ଚିବା ପରେ ଡିମିରିପଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ାକ୍ତର ସୌମେନ୍ଦ୍ର କୁମାର ସାହୁ ପୌଷ୍ୟ ପୁତ୍ର ଗ୍ରହଣ କରିଥିବା ପରେ ପ୍ରତି ମାସରେ ଫୁଡ୍ ବକ୍ସ ପ୍ରଦାନ କରୁଥିଲେ । ଡାକ୍ତର ମାନଙ୍କର ନିଷ୍ଠାପର ପ୍ରଚେଷ୍ଠା ଯୋଗୁଁ ବିଶ୍ୱରଂଜନର ସ୍ୱାସ୍ଥ୍ୟ ଉନ୍ନତି ଆସିବା ପରେ ଏମ୍ସ ମେଡ଼ିକାଲରେ ବ୍ରେନ୍ ଅପରେସନ ହୋଇଥିଲା । ଭଗବାନଙ୍କ ଆଶୀର୍ବାଦରୁ ଘରେ ଭଲରେ ଥିବା ବେଳେ ମହିପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଟିବି ବିଭାଗ ପକ୍ଷରୁ ପ୍ରତି ମାସରେ ଫୁଡ୍ ବକ୍ସ, ମେଡ଼ିସିନ ଦେଇ ଚିକିତ୍ସା ଜାରି ରଖିଛନ୍ତି ।