ପୁରୀ ପୁଲିସକୁ ସଫଳତା ; ୧୨୩ ମୋବାଇଲ ଜବତ, ୮୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ପୁରୀ : ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୩ । ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଥିଲା ପୁରୀ ପୋଲିସର ମୂଳ ଉଦ୍ଦେଶ୍ୟ । ତେବେ ରାଜ୍ୟ ତଥା ରାଜ୍ୟ ବାହାରର ଲୁଟେରା ମାନେ ଘୋଷଯାତ୍ରା ସମୟରେ ପୁରୀ ଆସି ଏହାର ଫାଇଦା ଉଠାଇବା ସହ ଅନେକ ଭକ୍ତ ଓ ପର୍ଯ୍ୟଟକଙ୍କ ମୋବାଇଲ୍‌ ଫୋନ୍‌, ପର୍ସ ଓ ସୁନାଚେନ୍‌ ଲୁଟିଥିଲେ । ଏନେଇ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇ ସମୁଦାୟ ୮୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୨୩ଟି ମୋବାଇଲ୍‌ ଜବତ କରିଥିବା ବେଳେ ୬୦ ଜଣ ବ୍ୟକ୍ତି ନିଜର ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ମୋବାଇଲ୍‌ ଫେରି ପାଇଛନ୍ତି । ତେବେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଓଡ଼ିଶାର ୪୪, ପଶ୍ଚିମବଙ୍ଗର ୨୩, ଆନ୍ଧ୍ରପ୍ରଦେଶର ୮, ଛତିଶଗଡ଼ର ୪, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶର ଜଣେ, ଉତ୍ତର ପ୍ରଦେଶର ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ପୁରୀ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ. କେ. ହରପ୍ରସାଦ ଏନେଇ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଥାନାର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପ୍ରତି ପୁରୀ ପୋଲିସ ସବୁବେଳେ ସଜାଗ ହୋଇ ରହିଛି ବୋଲି କହିଛନ୍ତି ସିଟି ଡିଏସପି ବି କେ ହରି ପ୍ରସାଦ ।

Comments (0)
Add Comment