ବିଦ୍ୟୁତ୍‌ ବିଭ୍ରାଟ ବିରୁଦ୍ଧରେ ସିପିଏମର ବିକ୍ଷୋଭ

ଦଶପଲ୍ଲା: ଆଜି ପ୍ରବଳ ବର୍ଷା ସତ୍ବେ ସିପିଆଇ(ଏମ) ଦଶପଲ୍ଲା ଲୋକାଲ କମିଟିର କର୍ମୀ ମାନେ ଟାଟା କମ୍ପାନୀର ବିଦ୍ୟୁତ୍‌ ଅଫିସ ସମ୍ମୁଖରେ ବିଦ୍ୟୁତ୍‌ ଅବ୍ୟବସ୍ଥା ବିରୁଦ୍ଧରେ ନାରାବାଜି କରିବା ସହିତ ବିଭାଗୀୟ କର୍ମଚାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ଭିତରେ ଘନ ଘନ ବିଦ୍ୟୁତ୍‌ କଟା ବନ୍ଦ କରିବା, ମାସିକ ୨୦୦ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଭଡ଼ା ଛାଡ କରିବା, ବିଦ୍ୟୁତ୍‌ ଭଡ଼ା ଆଦାୟ ବେଳେ ଜୁଲୁମ୍‌ ବନ୍ଦ କରିବା, ମିଟର ରିଡିଂରେ ଜାଲିଆତି ବନ୍ଦ କରିବା ଇତ୍ୟାଦି ରହିଥିଲା । ଏହି ଆନ୍ଦୋଳନରେ ସିପିଏମର ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା ଜିଲ୍ଲାର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର,ଲୋକାଲ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ଯୁବ ନେତା ବିପିନ୍‌ କୁମାର ବାଜୁ, ସୁଶାନ୍ତ ନାୟକ, ଶ୍ରମିକ ନେତା ଅଲେଖ ନାୟକ, କ୍ଷେତ ମଜଦୂର ନେତା ବିରଞ୍ଚି ନାୟକ ଶ୍ୟାମ ସୁନାର ମୁଦୁଲି, କୃଷକ ନେତା ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରସନ୍ନ ମହାରଣା,ବିମ୍ବାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment