ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଅଜୟଗଡ଼ ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ଓଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ,ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଳକ ଅଧକ୍ଷଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଳକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ୭୪ଟି ଅଭିଯୋଗ ଆସିଥିବା ବେଳେ ୫ଟି ଅଭିଯୋଗ ତୁରନ୍ତ ସମାଧାନ କରି ପଦକ୍ଷେପ ନିଆଯାଇଛି । ଅନ୍ୟ ୬୯ ଟି ଅଭିଯୋଗ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ୩୧୮ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ପ୍ରକୃତ ହିତାଧିକାରୀଙ୍କୁ ହ୍ୱିଲଚେୟାର ଓ ଆଶା ବାଡ଼ି ବଣ୍ଟନ କରାଯାଇଛି ।