ପାଟଣାଗଡ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ

ପାଟଣାଗଡ : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗାଣରୁ ବଞ୍ଚିତ କରିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜେଡି ତରଫରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନ୍‌ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେରଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁଜନତା ଦଳ କାର୍ଯ୍ୟାଳୟରୁ ଶତାଧିକ ବିଜେଡି କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାର କୋଭିଡ ସମୟରେ ପ୍ରଦାନ କରାଯାଇଥିବା ଅତିରିକ୍ତ ମୁଣ୍ଡପିଛା ୫ କେଜି ଚାଉଳ କାଟି ଥିବା ନେଇ ବିଜେଡି କର୍ମୀ ମାନେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠିଙ୍କୁ ପ୍ରଦାନ କରିଥିଲେ । ଏଥିରେ ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ବ୍ଳକ ଉପାଧ୍ୟକ୍ଷା ଗୀତା ବିଶି, ଜୋନ ନଂ ୧୪ ଜିଲ୍ଲା ପରିଷଦ ସଦସ୍ୟା ବିଶ୍ୱେଶ୍ୱରୀ ବରିହା , ଜୋନ ନଂ ୧୫ ଜିଲ୍ଲା ପରିଷଦ ସଭ୍ୟା କସ୍ତୁରୀ ସେଠ, ଜୋନ ନଂ ୧୬ ବାଳିକା ମାଝୀ, ନଗର ବିଜେଡି ସଭାନେତ୍ରୀ ବିଦୁସ୍ମିତା ମେହେର, ଯୁବ ବିଜେଡି ସଭାପତି ପରେଶ ସାହୁ, ଜୋନ ନଂ ୧୬ ସଭାପତି ପ୍ରେମାନନ୍ଦ ବଢେଇ, ମଦନ କୁମାର ପୃଷ୍ଟି, ସୁକୁମାର ବାରିକ, ଯୁବରାଜ ମେହେର, ଗଣ୍ଡାରାମ ବେହେରା, ମିଡିଆ ସେଲ ଆବାହକ ପ୍ରଦୀପ ମେହେର, ପ୍ରମୋଦ ମେହେର , କାଉନସିଲର ସୁଜିତ ପାଢ଼ୀ , ପବିତ୍ର ସେଠ, ସମିତି ସଭ୍ୟ ଶଙ୍କର ବର୍ଗର୍ତ୍ତି, ଜୟରାମ ପୁଟେଲ, ଶହଦେବ ପୁଟେଲ, ଗଣେଶ ପ୍ରମୁଖଙ୍କ ସହ ଶତାଧିକ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment