ପୁରୀ : ପୁରୀରେ ବିଜେଡ଼ି ପାଳନ କରୁଛି ୨୫ ତମ ପ୍ରତିଷ୍ଠା ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଭାରେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବେ । ତେବେ ଏହି କାର୍ଯ୍ୟକ୍ରମର ସଫଳତା ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ନିକଟରେ ପୁରୀ ବିଜେଡ଼ି ପକ୍ଷରୁ ଦୀପ ଦାନ କରାଯାଇଛି । ସକାକୁ ବିଜେଡ଼ି କର୍ମକର୍ତ୍ତା ମାନେ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଏକାଠି ହୋଇ ଦୀପ ଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାୟକଙ୍କ ଦୀର୍ଘାୟୁ କାମନା କରିଥିଲେ । ଏଥିସହ ଓଡ଼ିଶାବାସୀଙ୍କ ଉନ୍ନତି କାମନା କରିଥିଲେ । ପୁରୀ ତାଳବଣିଆ ପଡିଆରେ ବିଜେଡ଼ିର ୨୫ ତମ ପ୍ରତିଷ୍ଠା ଦିବସ ସହରୋହ ସଭା ଅନୁଷ୍ଠିତ ହେବ । ଓଡିଶାର ବିଜେଡ଼ିର ସମସ୍ତ ନେତା, କର୍ମକର୍ତ୍ତା ପୁରୀରେ ପହଞ୍ଚି ସାରିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦିନ ୧୧ ଟା ୪୦ ରେ ତାଳ ବଣିଆରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ ହେବ ।