ସୁବର୍ଣ୍ଣପୁର: ଆଜି ସହରର କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଚିତ୍ରକଳା ପ୍ରତିଯୋଗୀତାର ଆୟୋଜନ କରାଯାଇଛି । ସହରର ପ୍ରାୟ ୧୦ ଗୋଟି ବିଦ୍ୟାଳୟର ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ନିଜକୁ ସାମିଲ କରିଛନ୍ତି । ଆଜି ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରକଳା ମାଧ୍ୟମରେ ନିଜ ସୃଜନଶୀଳ ଚିନ୍ତନର ପରିପ୍ରକାଶ କରିବାର ସୁଯୋଗ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ୨୭ ତାରିଖରେ ସେ ଦେଶର ଛାତ୍ରଛାତ୍ରୀ ମାନଙ୍କ ସହିତ ସିଧାସଳଖ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରିଛନ୍ତି । ନିଜ ଅଧ୍ୟୟନ କିଭଳି ଚାପମୁକ୍ତ ହେବ ଓ ଛାତ୍ରଛାତ୍ରୀ ମାନେ କିଭଳି ପାଠ୍ୟକ୍ରମ ସହିତ ନିଜକୁ ଯୋଡି ହୋଇ ରଖିବେ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ । ଆହୁରି ମଧ୍ୟ ଚାପମୁକ୍ତ ଅଧ୍ୟୟନ ପାଇଁ ବାହ୍ୟ ପାଠ୍ୟକ୍ରମ କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜ ସୃଜନଶୀଳତାକୁ ଶାଣିତ କରିବେ ସେହି ସୁଯୋଗ ଆଜି ପ୍ରଧାନମନ୍ତ୍ରୀ ସୃଷ୍ଟି କରିଛନ୍ତି । ତେବେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ ଚିତ୍ରକଳା ମାଧ୍ୟମରେ ନିଜ ସୃଜନଶୀଳତାର ପରିଚୟ ଦେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ ବୋଲି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ।