ନୂଆପଡ଼ା : ଦିନକ ପରେ ରକ୍ଷା ବନ୍ଧନ, ଭାଇ ଭଉଣୀର ସ୍ନେହ ଶ୍ରଦ୍ଧାର ପବିତ୍ର ପର୍ବ । ଏଥିପାଇଁ ଏବେ ରାକ୍ଷୀ ବଜାରରେ ଭିଡ ଦେଖିବାକୁ ମିଳିଛି । ଖଡ଼ିଆଳ ଅଞ୍ଚଳରେ ଶତାଧିକ ରାକ୍ଷୀ ଷ୍ଟଲ ଖୋଲିଥିବା ବେଳେ ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେଉଛି । ପକେଟ୍ କୁ ସୁହାଇଲା ପରି ଦାମରେ ଦୋକାନୀ ମାନେ ରାକ୍ଷୀ ବିକୁଛନ୍ତି । ପାଞ୍ଚ ଟଙ୍କା, ଦଶ ଟଙ୍କାରୁ ପାଞ୍ଚ ଶହ ଟଙ୍କାର ରାକ୍ଷୀ ମଧ୍ୟ ବିକ୍ରି ହେଉଛି । ଭାଇ ଭଉଣୀ ସମ୍ପର୍କ ନେଇ ଅନେକ ବାର୍ତ୍ତା ମଧ୍ୟ ଦେଇଛି ଏହି ରାକ୍ଷୀ । ସୀମାନ୍ତରେ ହେଉ ଅବା ବିଦେଶରେ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବା ପାଇଁ ଚାହିଁ ବସିଥାଏ ଭାଇ । ତେଣୁ ଏବେଠୁ ଦୂରରେ ରହୁଥିବା ଭାଇ ମାନଙ୍କ ପାଇଁ ଡାକ ଯୋଗେ ହେଉ ଅବା କୋରିଅରରେ ଭଉଣୀମାନେ ରାକ୍ଷୀ ପଠାଇବା ଆରମ୍ଭ କରିସାରିଲେଣି । ତେଣୁ ବ୍ୟବସାୟ ଗତ ସପ୍ତାହେ ପୂର୍ବରୁ ଧିରେ ଧିରେ ବଢିଥିବା ବେଳେ ଆଜି ବେଶ ବେପାର ହୋଇଥିବା ଜଣାପଡିଛି । ଏହି ସମୟରେ ଖୁଚୁରା ବ୍ୟବସାୟୀ ମାନେ ରାକ୍ଷୀ କିଣି ବ୍ୟବସାୟ କରନ୍ତି । ବିଭିନ୍ନ ଭେରାଇଟର ରାକ୍ଷୀ ଯଥା ଷ୍ଟୋନ, ସୂତା, ଜଗନ୍ନାଥ ଓ ବିଭିନ୍ନ ଦେବାଦେବୀଙ୍କ ରାକ୍ଷୀ ବିକ୍ରି ହେଉଛି । ସେହିପରି ବିଭିନ୍ନ ପ୍ରକାର ମିଠା ମଧ୍ୟ ବିକ୍ରି ହେଉଛି ।