ପୁରୀ : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି । ପୁରୀ ସ୍ୱର୍ଗ ଦ୍ୱାରରେ ଅନୁଷ୍ଠିତ ହୋଇଥିଲା ଶେଷ କୃତ୍ୟ । ବଡ ପୁଅ ସୁନିଲ ମହାନ୍ତି ବାପା ମହେଶ୍ୱରଙ୍କୁ ମୁଖଗ୍ନୀ ଦେଇଥିଲେ । ଏହା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ୍ କରାଯାଇଥିଲା । ସ୍ୱର୍ଗ ଦ୍ୱାର ରେ ଶେଷ ଦର୍ଶନ ପାଇଁ ମହେଶ୍ୱରଙ୍କ ହଜାରହଜାର ସମର୍ଥକ, ବିଜେଡ଼ିର କର୍ମୀ, ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ । ଦଳମତ ନିର୍ବିଶେଷରେ ବିଭିନ୍ନ ଦଲରୁ ନେତା ମାନେ ଉପସ୍ଥିତ ରହି ଶେଷ ଦର୍ଶନ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ । ତେବେ ସ୍ୱର୍ଗ ଦ୍ୱାରରେ ଶେଷକୃତ୍ୟ ପୁର୍ବରୁ ପୁରୀରେ ବିଭିନ୍ନ ସ୍ଥାନକୁ ମହେଶ୍ୱରଙ୍କ ପାର୍ଥିବ ଶରୀରକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପୁରୀରେ ବିଭିନ୍ନ ସ୍ଥାନରେ ଲୋକମାନେ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ପୁରୀ ବାର ଆସୋସିଏସନକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ ତାଂକ ଘରକୁ ମହେଶ୍ୱରଙ୍କ ମର ଶରୀରକୁ ନିଆଯାଇଥିଲା । ସେଠାର ବିଭିନ୍ନ ଦଳର ନେତା, ମହେଶ୍ୱରଙ୍କ ବନ୍ଧୁ, ଶୁଭେଚ୍ଛୁ ପହଂଚି ଅନ୍ତିମ ଦର୍ଶନ କରିଥଲେ । ପରେ ପୁରୀ ଜିଲା ବିଜେଡି କାର୍ଯ୍ୟଳୟକୁ ତାଙ୍କ ମର ଶରୀରକୁ ନିଆଯାଇ ସେଠାରେ ଉପସ୍ଥିତ ଥିବା ବିଜେଡ଼ିର ନେତା ମାନେ ମହେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ସ୍ୱର୍ଗ ଦ୍ୱାର ଅଭିମୁଖେ ବାହାରି ଥିଲା ମହେଶ୍ୱରଙ୍କ ପାର୍ଥିବ ଶରୀର ।
ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ ଆଜି ଭୋର୍ ୩ ଟା ୨୫ ମିନିଟ ରେ ହୋଇଥିଲା । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇଛି । ସେ ବ୍ରେନ୍ ଷ୍ଟ୍ରୋକ ଯୋଗୁ ଚିକିତ୍ସା ହେଉଥିଲେ । ଗତ ୩୧ ତାରିଖ ରୁ ଚିକିତ୍ସିତ ହେଉଥିଲେ । ତାଙ୍କ୍ ଅବସ୍ଥା ବେଶ୍ ଗୁରୁତର ଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତେ୍ୱ ତାଙ୍କର ରିକଭରି ହୋଇ ପାରିନଥିଲା । ତାଂକ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଥିଲା ।