ଜହ୍ନାପଙ୍କ :ବୌଦ୍ଧ ବ୍ଳକ ତେଲିବନ୍ଧ ପଂଚାୟତର ରାମପୁରଠାରେ ଏଲ ଏଣ୍ଡ ଟି ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି । ଆଜି ଏହି କମ୍ପାନୀ ପକ୍ଷରୁ ବୌଦ୍ଧ ବ୍ଳକ ମୁଣ୍ଡାପଡ଼ା ପଂଚାୟତର କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । ପ୍ରଧାନଶିକ୍ଷକ ସନତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କମ୍ପାନୀର ଇଏଚଏସ୍ ଓ ଅଶ୍ୱିନୀ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବେ କ୍ୱାଲିଟି ଅଫିସର ପ୍ରବୀଣ ବସକ, କନିଷ୍ଠ ଯନ୍ତ୍ରୀ ନସିମ ଖାଁ, ବୁବାଇ ମୁସିବ, ରଜନୀକାନ୍ତ ଜେନା, ଅଜୟ ପରିଡ଼ା, ବିଶ୍ୱଜିତ ସାହୁ, ଶିକ୍ଷକ ପ୍ରଶାନ୍ତ ପ୍ରଧାନ ଯୋଗଦେଇ ଜଳ ସଂରକ୍ଷଣ ଓ ଏହାର ସଦୁପଯୋଗ ଉପରେ ଆଲୋକପାତ କରିଥିଲେ । ପୂର୍ବରୁ ଏହା ଉପରେ ଅନୁଷ୍ଠିତ ହୋଇଥିବା ଜଳ ସଂରକ୍ଷଣ ସମ୍ପର୍କୀତ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତାରେ କୃତି ପ୍ରତିଯୋଗିତାଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଫାଷ୍ଟ ଏଡ଼ ଜିତେନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।