ସୁବର୍ଣ୍ଣପୁର: ସଂସ୍କୃତି ସଂପନ୍ନ ଜିଲ୍ଲା ସୁବର୍ଣ୍ଣପୁରରେ ଏବେ ଜିଲ୍ଲାପାଳ ଥିବା ଅବୋଲୀ ସୁନିଲ ନରୱଣେ ଏକ ବହୁ ପ୍ରତିଭାର ଅଧିକାରିଣୀ ଭାବରେ ସୁପରିଚିତ । ନିକଟରେ ସୁବର୍ଣ୍ଣ ଲୋକ ମହୋତ୍ସବରେ କଥକ୍ ଫର୍ମରେ ବାଲ୍ୟବିବାହ ବିରୋଧରେ ଏକ ସଚେତନ ଧର୍ମୀ ନୃତ୍ୟ କରି ସାରାଦେଶରେ ଖୁବ୍ ପ୍ରଶଂସିତ ହୋଇଥିଲା ବେଳେ ଗତକାଲି ମହୋତ୍ସବର ସମୀକ୍ଷା ବୈଠକରେ ଯୋଗଦେଇଥିବା ବୁଦ୍ଧିଜୀବୀ, ସାମ୍ବାଦିକ, କମିଟି କର୍ମକର୍ତ୍ତା, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଜିଲ୍ଲା ମହୋତ୍ସବର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ମହୋତ୍ସବର ସଫଳତା ପାଇଁ କମିଟି କର୍ମକର୍ତ୍ତା ତଥା ଜନସାଧାରଣଙ୍କ ଆକୁଣ୍ଠ ସମର୍ଥନ ଯୋଗୁଁ ଏହା ଶତପ୍ରତିଶତ ସମ୍ଭବ ହୋଇପାରିଥିବା କହିଥିବା ବେଳେ ମହୋତ୍ସବ ବେଳେ ସେ କଥକ୍ ନୃତ୍ୟ କରିଥିବା ହିନ୍ଦୀଗୀତକୁ ମଧ୍ୟ ଖୁବ୍ ସୁନ୍ଦର ଭାବରେ ପରିବେଷଣ କରି ସମସ୍ତଙ୍କୁ ଚକିତ କରିଥିଲେ । ମହୋତ୍ସବରେ ଯୋଗଦେଇ ଥିବା ସମସ୍ତ କଳାକାରଙ୍କର ପ୍ରତିଟି ଶୈଳୀକୁ ମଧ୍ୟ ସେ ଖୁବ୍ ଅନୁଧ୍ୟାନ କରି ଲୋକଗୀତ ଓ ନାଚର ବହୁତ ପ୍ରଶଂସା କରିଥିଲେ ।