ବାଣିଗୋଛା ବନ୍ୟପ୍ରାଣୀ ବନାଞ୍ଚଳରେ ବନ ମହୋତ୍ସବ ପାଳିତ

ଦଶପଲ୍ଲା : ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ବୁଗୁଡା ବିଟ୍‌ ହାଉସ୍‌ ଅନ୍ତର୍ଗତ ସତ୍ୟମହାବୀର ମନ୍ଦିର ପରିସରରେ ଆଜି ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତ୍ୟ ମହାବୀର ମନ୍ଦିର ପରିସରରେ ବର, ଓସ୍ତ, ପିଆଶାଳ, ନିମ୍ବ, ଅଁଳା, ଦେବଦାରୁ, କୃଷ୍ଣଚୁଡ଼ା, ଚନ୍ଦନ ଆଦି ୧୦୦ ରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମେରେ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀ ସଂସାର ବର୍ଗୀଆ, ବନପାଳ ଦୀପ୍ତିରଂଜନ ଆଚାର୍ଯ୍ୟ, ବନପାଳ ଦୀପ୍ତିରଂଜନ ନାୟକ, ବନରକ୍ଷୀ ପୁଷ୍ପଲତା ପ୍ରଧାନ ବନ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ବନପାଳ ଶ୍ରୀ ଆଚାର୍ଯ୍ୟ ବର୍ତ୍ତମାନ ପରିପ୍ରେକ୍ଷୀରେ ବୃକ୍ଷର ଆବଶ୍ୟକତା, ବୃକ୍ଷର ଉପକାରିତା ଓ ମାନବ ସମାଜ ପାଇଁ ବୃକ୍ଷ ଓ ଜଙ୍ଗଲର ଉପକାରିତା ବିଷୟରେ ପୁଂଖାନୁପୁଂଖ ଭାବରେ ଆଲୋଚନା ବରିଥିଲେ । ଅବିଚାରିତ ଭାବରେ ବୃକ୍ଷ କାଟିବା ଯୋଗୁଁ ବନ୍ୟପ୍ରାଣୀ ମାନେ ବାସହରା ହୋଇ ଜନବସତି ମୁହାଁ ହେବା ସହିତ ଜୈବ ବିବିଧତା ନଷ୍ଟ , ଅନାବୃଷ୍ଟି, ଅତିବୃଷ୍ଟି, ମୃତ୍ତିକାରେ ଜଳଧାରଣ କ୍ଷମତା କମିଯିବା ମୃତ୍ତିକା କ୍ଷୟ, ଓଜେନ୍‌ ସ୍ତରରେ ଫାଟଯୋଗୁଁ ଅତି ବାଇଗଣୀ ରଶ୍ମି ପ୍ରଭାବରେ ମାନବ ସମାଜ ଉପରେ ପଡୁଥିବା କୁ-ପ୍ରଭାବ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ସେହି ଅଂଚଳର ଆଦର୍ଶ ଚାଷୀ ପ୍ରମୋଦ କୁମାର ଜାନୀଙ୍କୁ ବନପାଳ ଉପାୟନ ଦେଇ ସମ୍ମାନିତ କରିଥିଲେ ।

Comments (0)
Add Comment