ଖପ୍ରାଖୋଲ ବ୍ଲକ ଅଞ୍ଚଳର କ୍ଷୁଦ୍ର ଶସ୍ୟ କ୍ଷେତ୍ର ପରିଦର୍ଶନ କଲେ କୃଷି ବିଭାଗ ଅଧିକାରୀ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳର କ୍ଷୁଦ୍ର ଶସ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି କୃଷିବିଭାଗର ବରିଷ୍ଠ ଅଧିକାରୀ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ନୋଡାଲ ଅଫିସର ସଦାନନ୍ଦ ନାୟକ, ଡିପିଡି ଆତ୍ମା ଗୌନ୍ତିଆ ରଣା , ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଡ଼ା ପ୍ରଫୁଲ୍ଲ କୁମାର ଭଞ୍ଜ , ପାଟଣାଗଡ ଏଡିଓ ବିଶେଶ୍ୱର ସାହୁ , ଖପ୍ରାଖୋଲ ବ୍ଲକ୍‌ କୃଷି ଅଧିକାରୀ ଡମ୍ବରୁଧର ମେହେର, ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ପାଟଣାଗଡ ସହକାରୀ କୃଷି ଅଧିକାରୀ ପିଙ୍କୁ ସେନ୍‌ କର, ଏସଏମଏସ କଟନ ବିମ୍ବାଧର ସାହୁ ପ୍ରମୁଖ ସାମିଲ ହୋଇଥିଲେ । ମାଣ୍ଡିଆ, ବାଜରା, ଯଅ, କାଦୁଅ , ସର୍ଗମ୍‌ ଆଦି କ୍ଷେତ ବୁଲିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ । କିଭଳି ଚାଷୀ କ୍ଷୁଦ୍ର ଶସ୍ୟ ଚାଷ ପାଇଁ ଆଗ୍ରହୀ ହୋଇପାରିବେ ସେନେଇ ଚାଷୀଙ୍କୁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାସନ୍‌ ଜିଲ୍ଲା ସଂଯୋଜକ ଯଶୋବନ୍ତ ନାଏକ, ୱାଇସିଡ଼ିଏ ବ୍ଲକ୍‌ ସଂଯୋଜକ ହେମାବତିନନ୍ଦନ ବେହେରା, ଉମେଶ ଗୁପ୍ତା, ଭୋଜରାଜ ବରିହା, ପୁରନ୍ଦର ବାନଛୋର, ଫକିର ସାହୁ, ସଦାନନ୍ଦ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment