ହରଭଙ୍ଗା: ଆଜି ସକାଳ ୧୧ଟା ସମୟରେ ବୌଦ୍ଧଠାରେ ଥିବା ବି.ଡି.ପି.ଏଲ ଇଟା ଫ୍ୟାକ୍ଟେରୀରୁ ଏକ ଟ୍ରକ ନମ୍ବର ଓଡି ୧୫ ଜି ୫୬୫ରେ ସିମେଣ୍ଟ ଇଟା ନେଇ ହରଭଙ୍ଗାଠାରେ ଏଲ.ଏଣ୍ଡ.ଟି ମେଗା ପାନୀୟ ପ୍ରକଳ୍ପକୁ ଇଟା ଦେଇ ଆସୁଥିଲା । ଏହି ଟ୍ରକଟି ହରଭଙ୍ଗା ପୋଷ୍ଟ ଅଫିସ ନିକଟରେ ଥିବା ଏକ ମାଟି ରାସ୍ତା ଦେଇ ଯାଉଥିବା ସମୟରେ ମାଟି ରାସ୍ତାଟି ଦବିଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ଫଳରେ ଟ୍ରକରେ ବସିଥିବା ୭ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକମାନେ ଶ୍ରମିକମାନଙ୍କୁ ଉଦ୍ଧାର କରି ହରଭଙ୍ଗା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହରଭଙ୍ଗା ପୋଲିସ ଖବର ପାଇ ତଦନ୍ତ ଚଳାଇଥିବା ଜଣାପଡିଛି । ପ୍ରକାଶଥାଉକି ଏହି ରାସ୍ତା ଦେଇ ଭାରିଯାନ ଯାଇଥିବାରୁ ଏପରି ହେଇଥିବା ଜଣାପଡିଛି ।