ରଟିଙ୍ଗିଆ ଓ କେଭିକେରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଘୁ. ଉଦୟଗିରି: ରଟିଙ୍ଗିଆ ଗ୍ରାମ ପଞ୍ଚାୟତରେ ଅନ୍ତରଙ୍ଗ ଯୁବ ମହାସଂଘ, କନ୍ଧମାଳ ଓ ସେୱା ସଂଗଠନ ଆଇନା ଅନୁଷ୍ଠାନର ମିଳିତ ଉଦ୍ୟମରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଆଇନା ଅନୁଷ୍ଠାନର ରିତାଞ୍ଜଳି ବଗର୍ତ୍ତୀ ମୁଖ୍ୟ ଅତିଥି, ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ମୁଖ୍ୟ ବକ୍ତା, ସ୍ନେହ ଅନୁଷ୍ଠାନର ତରୁଲତା ଦିଗାଲ, ଅନ୍ତରଙ୍ଗର ସଂଯୋଜିକା ରାଜବାଳା ସିଂ, ସୁରଜ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ବିଷୟବସ୍ତୁ ଆସନ୍ତାକାଲିର ବିକଶିତ ସମାଜ ପାଇଁ ଆଜିର ଲିଙ୍ଗଗତ ସମାନତା ବିଷୟରେ ମୁଖ୍ୟ ଅତିଥି ଉପସ୍ଥାପନା କରିଥିବା ବେଳେ ଲିଙ୍ଗଗତ ସମାନତା, ସ୍ୱାସ୍ଥ୍ୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନ, ମହିଳା ସଶକ୍ତିକରଣ, ଉଦ୍ୟଗିକରଣ ଓ ସମାନତା ଅଧିକାର ବିଷୟରେ ବକ୍ତବ୍ୟ ଦେଇଥିଲେ । ଅଞ୍ଚଳର ମହିଳା ମାନଙ୍କ ସ୍ୱାଭିମାନ ଓ ରୋଜଗାରକ୍ଷମ ବିଷୟରେ ତରୁଲତା ଦିଗାଲ କହିଥିଲେ । ମହିଳାମାନଙ୍କ ସମ୍ପତ୍ତିଗତ ଅଧିକାର ବିଷୟରେ ରାଜବାଳା ସିଂ କହିଥିଲେ ଓ ଶ୍ରମ ଏବଂ ଶ୍ରମଜୀବୀମହିଳାଙ୍କ ସମାନତା ମୂଲ୍ୟବୋଧ ଉପରେ ସୁରଜ ଚନ୍ଦ୍ର ପ୍ରଧାନ କହିଥିଲେ । ରଟିଙ୍ଗିଆ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଗାମୀ ଯୁବ ପିଢ଼ିଙ୍କ ପ୍ରତି ଏହି ପ୍ରଭାବ ପକେଇବା ପାଇଁ ପ୍ରତିଶ୍ରୁତି ବୋଦ୍ଧ କରିଛନ୍ତି । ସରକାରଙ୍କ ବିଭିନ୍ନ ବ୍ୟବସ୍ଥା ଓ ଯୋଜନା ବିଷୟରେ ଜାଣିବା ଓ ଅନ୍ୟମାନଙ୍କୁ ଜଣେଇବା ସହିତ ସରକାରୀ କ୍ଷେତ୍ରରେ ସମାନତା ଅଧିକାରକୁ ହାତେଇବା ପାଇଁ ବ୍ୟକ୍ତ କରିଛନ୍ତି । ସରକାରୀ ସ୍ତରରେ ସ୍ୱାମୀଙ୍କ ସମ୍ପତ୍ତିଗତ ଉପରେ ମହିଳାର ଅଧିକାର ତଥା ଘରବାରି ପଟ୍ଟାରେ ମଧ୍ୟ ସ୍ଥ୍ରୀର ନାମ ଉଲ୍ଲେଖ ରହିବା ଦରକାର ବୋଲି ଉପସ୍ଥାପନା କରିଛନ୍ତି । ଅନ୍ତରଙ୍ଗ ଯୁବ ମହାସଂଘ ଦ୍ୱାରା ଲିଙ୍ଗଗତ ସମାନତା ଉପରେ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମରେ ଅଭିଯାନ କରାଯିବ ଏବଂ ଏଥିରେ ଯୁବ ପୀଢ଼ି ଓ ଉଭୟ ମହିଳା ଓ ପୁରୁଷଙ୍କୁ ସଚେତନତା କରିବାକୁ ନିଷ୍ପତି ନେଇଛନ୍ତି । ସେହିପରି ଘୁ ଉଦୟଗିରି ଓୟୁଏଟି ପରିସରରେ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ଷ୍ଟାଫଙ୍କ ଉପସ୍ଥିତିରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ବଜ୍ଞାନିକ ସୁମିତ୍ରା ହେମ୍ରମଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବେଳେ ଅଞ୍ଚଳର ମହିଳାମାନେ ମଧ୍ୟ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାମାନେ ନିଜ ଜୀବନୀ ବିଷୟରେ ମଧ୍ୟ ପ୍ରକାଶ କରିଥିବା ବେଳେ ଏହି ସମାଜ ମଧ୍ୟରେ ମହିଳାମାନେ କିପରି ସଙ୍ଘର୍ଷ ଜୀବନ ଅତିବାହିତ କରୁଛନ୍ତି ସେ ବିଷୟରେ ମଧ୍ୟ ଆ କରିଥିବା ଦେଖିବାକୁ ମିଳିଛି ।

Comments (0)
Add Comment