ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ଆଜି ସହରର ହୋଟେଲ ଗ୍ରୀନପାର୍କରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କ୍ଷେତ୍ରିୟ କାର୍ଯ୍ୟକର୍ତ୍ତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ବିପିନ ଦାସ, ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମିହିର ପାଣି, ରାଜ୍ୟ ସଂଯୋଜକ ବଳଦେବ ବେଦବାକ, ରାଜ୍ୟ ଉପସଭାପତି ଗୋପାଳଜୀ ପାଣିଗ୍ରାହୀ, ରାଜ୍ୟ ମହିଳାମୋର୍ଚ୍ଚା ସଭାପତି ଶ୍ରଦ୍ଧାଞ୍ଜଳି ମିଶ୍ର, ରାଜ୍ୟ ମହିଳା ଉପସଭାନେତ୍ରୀ ସାଗରିକା ଗୁରୁ, ଜିଲ୍ଲାପାଳକ ସଞ୍ଜୀବ ବେଦବାକ, ଜିଲ୍ଲା ବୌଦ୍ଧିକ ପ୍ରମୁଖ ଧର୍ମ ନିରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଛନ୍ତି । ଏଥିରେ ଜିଲ୍ଲା ସଭାପତି କେଦାର ଦାଶ ସଭା ପରିଚାଳନା କରିଥିଲେ । ବଲାଙ୍ଗୀର ଜିଲ୍ଲାର ସଭାପତି କାହ୍ନା ଶତପଥି, ଟିଟିଲାଗଡ଼ ସାଂଗଠନିକ ଜିଲ୍ଲାର ସଭାପତି ଆଲୋକ ନାଏକ ଓ ବୌଦ୍ଧ ଜିଲ୍ଲାର ତଥା ବିଭିନ୍ନ ଜିଲ୍ଲାର କାଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ବୈଠକରେ ଏକ ଦୃଢ଼ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ୫ କୋଟି ଦସ୍ତଖତ ସଂଗ୍ରହ କରିବାକୁ ଚାଲିଥିବା ଆନ୍ଦୋଳନ ବିଷୟରେ ଆଲୋଚନା କରାଯାଇଥିଲା । ଦୃଢ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ସୁବର୍ଣପୁର ଜିଲ୍ଳାରୁ ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରିବାକୁ ସାମୁହିକ ଶପଥ ନିଆଯାଇଥିଲା ।

Comments (0)
Add Comment