ହୀରାକୁଦ ଜଳଭଣ୍ଡାର: ପକ୍ଷୀ ଗଣନାରେ ଦଶଟି ନୂଆଁ ପ୍ରଜାତି ଚିହ୍ନଟ

ସମ୍ବଲପୁର : ପ୍ରତିବର୍ଷ ଶୀତ ଋତୁ ଆରମ୍ଭ ସହିତ ହୀରାକୁଦ ଜଳଭଣ୍ଡାରକୁ ଲକ୍ଷାଧିକ ଅତିଥି ପକ୍ଷୀଙ୍କ ଆଗମନ ହୋଇଥାଏ ଓ ଏହି ସମୟରେ ସେମାନଙ୍କ ଗଣନା ମଧ୍ୟ ହୋଇଥାଏ । ଇତିମଧ୍ୟରେ ସମ୍ପନ୍ନ ପକ୍ଷୀ ଗଣନା ଅନୁସାରେ ଏବର୍ଷ ଦଶଟି ନୂଆଁ ପ୍ରଜାତିର ପକ୍ଷୀ ଚିହ୍ନଟ ହେବା ସହିତ ଶତାଧିକ ପ୍ରଜାତିର ମୋଟ ୩ ଲକ୍ଷ ୧୬ ହଜାର ୬୭୬ ଅତିଥି ପକ୍ଷୀଙ୍କ ଆଗମନ ହୋଇଛି । ଏଥିପାଇଁ ଅନୁଭବି ଅଧିକାରୀ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଏକ ସ୍ୱତନ୍ତ୍ର ସୁଦକ୍ଷ ଦଳ ଗଠନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହୀରାକୁଦ ଜଳଭଣ୍ଡାର ସହିତ ଆଖପାଖ ଆନୁସଙ୍ଗିକ ଜଳ ଉତ୍ସ ଓ ଜଳାଶୟକୁ ମଧ୍ୟ ସାମିଲ କରାଯାଇଥିଲା । ପକ୍ଷୀ ଗଣନାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଆବଶ୍ୟକ ସ୍ଥଳେ ରବର ବୋଟ, ଦୂରବିକ୍ଷଣ ଯନ୍ତ୍ର, କ୍ୟାମେରା ଓ କମ୍ପ୍ୟୁଟର ଆଦି ବ୍ୟବହାର କରାଯାଇଥିଲା ।

Comments (0)
Add Comment