ଜିଲ୍ଲାପାଳଙ୍କ ଦ୍ୱାରା ଆଦର୍ଶ ବିଦ୍ୟାଳୟରେ ଇ-ଡିଜିଟାଲ କଣ୍ଟେଣ୍ଟ ଉଦ୍‌ଘାଟିତ

ବଲାଙ୍ଗୀର : ବଲାଙ୍ଗୀର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପାଠାରେ ଶିଶୁ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ନିମିତ୍ତ ଏକଷ୍ଟ୍ରାମାର୍କ ଏଜୁକେସନ ପ୍ରାଇଭେଟ ଲିମିଟେଡର ଇ ଡିଜିଟାଲ କଣ୍ଟେଣ୍ଟ ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳ ରଣା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର,ଏକଷ୍ଟ୍ରାମାର୍କ ଏଜୁକେସନ ପ୍ରାଇଭେଟ ଲିମିଟେଡର ଆଞ୍ଚଳିକ ମୁଖ୍ୟ ପୀୟୁଷ ପ୍ରଶାନ୍ତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବଲାଙ୍ଗୀର ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଭାରପ୍ରାପ୍ତ ଅଧ୍ୟକ୍ଷ ଯୋଗଦେଇଥିଲେ । ବଲାଙ୍ଗୀର ଜିଲ୍ଲାପାଳଇ ଡିଜିଟାଲ କଣ୍ଟେଣ୍ଟ ଉଦଘାଟନ କରିଥିଲେ ଏବଂ ଛାତ୍ରଛାତ୍ରୀ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାନଙ୍କୁ ପାଠପଢ଼ା ସହ ସର୍ବାଙ୍ଗୀନ ବିକାଶ କିପରି କରିବେ ସେଥି ପାଇଁ ଉତ୍ସାହିତ କରିଥିଲେ । ଓଏଭି ପଥରଚେପାର ଅଧ୍ୟକ୍ଷ କ୍ଷମାନିଧୀ ଝାଙ୍କର ଉଦଘାଟନୀ ଉତ୍ସବର ଆୟୋଜକ ଭାବରେ ସମସ୍ତ ଦାୟିତ୍ୱ ସୁରୁଖୁରୁରେ ସମ୍ପାଦନ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଏକଷ୍ଟ୍ରାମାର୍କ ଏଜୁକେସନ ପ୍ରାଇଭେଟ ଲିମିଟେଡର ଆଞ୍ଚଳିକ ମୁଖ୍ୟ ଶ୍ରୀ ପ୍ରଶାନ୍ତ ଇ କଣ୍ଟେଣ୍ଟ ଶିକ୍ଷା କିପରି ଫଳ ପ୍ରଦାୟୀ ହେବ ସେ ସମ୍ପର୍କରେ ସମ୍ୟକ୍‌ ବିବରଣୀ ଦେଇଥିଲେ ।

Comments (0)
Add Comment