ସମ୍ବଲ ପକ୍ଷରୁ ରକ୍ତଦାନ ଶିବିର: ୧୫୧ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: ସ୍ଥାନୀୟ ବଡବଜ଼ାର ସ୍ଥିତ ଗୌରୀ କଲ୍ୟାଣ ମଣ୍ଡପରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଜିଲ୍ଲାପାଳ ଅନନ୍ୟା ଦାସ ଉଦଘାଟନ କରିଥିବାବେଳେ କମିସନର ପ୍ରଦୀପ କୁମାର ସାହୁ ,ରେଡକ୍ରସ ସମ୍ପାଦକ ଜୟ ଜର୍ଜ, ଭୀମସାର ଅଧିକ୍ଷକ ଡ଼ା ଲାଲମୋହନ ନାୟକ, ସିଡିଏମଓ ଡ଼ା ପଙ୍କଜ କୁମାର ପଟେଲ୍‌, ଡା କବୀର ଦାସ ପୁରୋହିତ, “ସମ୍ବଲ’ର ସଭାପତି ପ୍ରୋ ଶଙ୍କର ପ୍ରସାଦ ପତି, ଉପଦେଷ୍ଟା ଡ଼ା ରାସେଶ୍ୱରୀ ପାଣିଗ୍ରାହି, ସଞ୍ଜୀବ କୁମାର ନନ୍ଦ, ଉଦ୍ଧବ ମହାପାତ୍ର, ପଞ୍ଚାନନ ତ୍ରିପାଠୀ, ହେମନ୍ତ ମିଶ୍ର, ପ୍ରତାପ କର, କାଳିଦାସ ପଣ୍ଡା ଏବଂ ଶ୍ରୀବତ୍ସ ପଣ୍ଡା ଉପସ୍ଥିତ ଥିଲେ । ଏହି ଶିବିରରେ ୧୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ଜିଲ୍ଲା ରକ୍ତଭଣ୍ଡାରର ଡ଼ା କଳ୍ପେସ କକ୍କଡ, କର୍ମଦେବ ପଟେଲ, ତାପସ ନାୟକ ଏବଂ ବୁର୍ଲା ରକ୍ତ ଭଣ୍ଡାରର ଡ଼ା ସୌମ୍ୟ ରଞ୍ଜନ ମିଶ୍ର, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ ଏବଂ ଅନ୍ୟ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ବୁର୍ଲା ରକ୍ତଭଣ୍ଡାର ୧୦୦ ୟୁନିଟ ରକ୍ତ ସଂଗ୍ରହ କରିଥିବାବେଳେ ସମ୍ବଲପୁର ରକ୍ତ ଭଣ୍ଡାର ୫୧ ୟୁନିଟ ରକ୍ତ ସଂଗ୍ରହ କରିଛନ୍ତି । ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଛି । ଆଜି ୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ସମ୍ବଲ ପରିବାରରେ ଯୋଗଦାନ କରିଛନ୍ତି । ସମସ୍ତଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲର ସମ୍ପାଦକ ସୁବ୍ରତ କୁମାର ପଣ୍ଡା, ଶମ୍ଭୁ ପଟେଲ, ସନ୍ତକ ପଣ୍ଡା,ପ୍ରକାଶ କୁମାର ପ୍ରଧାନ, ମୁକେଶ ବିଶି, ଆନନ୍ଦ ଆଜାଦୀୱାଲ୍‌, ଅରୁଣ ଆଯାଡ଼ିବଲ୍‌, ରାମଦାସ ପଣ୍ଡା, ରାଜେନ୍ଦ୍ର କୁମାର ଦାଶ, ଅନିଲ ପରିଡା, ଦିଲୀପ କୁମାର ସାହୁ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ସୁବ୍ରତ କୁମାର ପଣ୍ଡା ସମସ୍ତ ରକ୍ତଦାତା, ରକ୍ତଭଣ୍ଡାର କର୍ମଚାରୀ ଏବଂ ସହଯୋଗୀମାନଙ୍କୁ ଧନ୍ୟବାଦ୍‌ ଜଣାଇଥିଲେ । ରକ୍ତ ଅଭାବରେ କାହାରି ଜୀବନ ନ ଯାଉ ଏହା ହିଁ ସମ୍ବଲ ପରିବାରର ଉଦେଶ୍ୟ ବୋଲି କୁହାଯାଇଛି ।

Comments (0)
Add Comment