ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ ପକ୍ଷରୁ ଶୋଭାଯାତ୍ରା

ସୁବର୍ଣ୍ଣପୁର: ଆଜି ସଦର ମେଡିକାଲ ଠାରୁ ବିଭିନ୍ନ ଦାବୀ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ ର ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ସ୍ଥାୟୀ ନିଯୁକ୍ତି ଦାବୀ ନେଇ ପ୍ରଥମେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଜ଼ିଲ୍ଲାପାଳଙ୍କ ଅଫିସକୁ ପହଞ୍ଚିଥିଲା । ପରେ ସଂଘ ପକ୍ଷରୁ ଜ଼ିଲ୍ଲାପାଳ ଅଫିସ ଆଗରେ ଏକ ଧାରଣା ଓ ସ୍ଥାୟୀ ନିଯୁକ୍ତି ନେଇ ବିଭିନ୍ନ ସ୍ଲୋଗାନ ଦିଆଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ସଂଘ ସଭାପତି ସୁଜିତ କୁମାର ସାହୁ, ଉପ ସଭାପତି ଡ଼. ସରୋଜ ପଟେଲ, ସମ୍ପାଦକ ବିଶି କେଶନ ରଥ ଓ କନଭେନର ନାରାୟଣ ରଥଙ୍କ ତତ୍ତ୍ୱାବଧାନ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟଙ୍କ ଯୋଗଦାନ ଓ ସହାଭାଗିତା ରହିଥିଲା ।

Comments (0)
Add Comment