ବାଲିଗୁଡା ଏନଏସି ଉପାଧ୍ୟାକ୍ଷା ହେଲେ ଶାନ୍ତିଲତା ନାୟକ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିର ଉପାଧ୍ୟକ୍ଷା ଭାବେ ବିଜୁ ଜନତା ଦଳର ୫ନଂ ୱାର୍ଡର କାଉଁସିଲର ଶାନ୍ତିଲତା ନାୟକ ନିଦ୍ୱର୍ନ୍ଦରେ ବିଜୟୀ ହୋଇଛନ୍ତି । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ୧୩ଟି ୱାର୍ଡ ମଧ୍ୟରୁ ୧୧ଟି ୱାର୍ଡ ଅକ୍ତିଆର କରିଛି । ଗୋଟେ ପ୍ରକାର ଉପାଧ୍ୟକ୍ଷ ବିଜେଡ଼ି କରିବା ସୁନିଶ୍ଚିତ ହୋଇସାରିଥିଲା । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ବ୍ଲକ୍‌ ସଭାପତି ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁରଙ୍କ ଆପୋଷ ଆଲୋଚନା ପରେ ଉପାଧ୍ୟକ୍ଷ ପାଇଁ ଶାନ୍ତିଲତା ନାୟକଙ୍କ ନାମରେ ମୋହର ମାରିଥିଲା ଦଳ । ଶାନ୍ତିଲତାଙ୍କ ପ୍ରସ୍ତାବକ ଭାବେ ବିଭୁତି ଭୂଷଣ ହରିଆ ଥିବା ବେଳେ ପଦ୍ମାଳୟା ନାୟକ ସମର୍ଥକ ଥିଲେ । ଉପାଧ୍ୟକ୍ଷା ହେବାପରେ ଶାନ୍ତିଲତା ନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ସାଂସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ବାଲିଗୁଡା ବ୍ଳକ ବିଜେଡି ସଭାପତି ଟୁନା ଦାସ,ସମସ୍ତ ନେତୃବୃନ୍ଦ ଓ କର୍ମୀ ମାନଙ୍କୁ କୃତଜ୍ଞତା ଜଣାଇବାସହ ବାଲିଗୁଡା ଏନଏସିର ସର୍ବାଙ୍ଗିନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ବିଜୟର ଶ୍ରେୟ ସେ ବରିଷ୍ଠ ନେତା ଟୁନା ଦାସଙ୍କୁ ଦେଇଛନ୍ତି । ବିଶେଷ କରି ମହିଳାମାନଙ୍କ ବିକାଶ ଦିଗରେ ପ୍ରାଧାନ୍ୟ ଦେବେ ବୋଲି ଶାନ୍ତି କହିଛନ୍ତି । ସେହିପରି ବିଜେଡି ମହିଳା ସଂଗଠନ ଯେପରି ଶକ୍ତିଶାଳୀ ଓ ମଜଭୁତ୍‌ ହେବ ସେନେଇ ଉଦ୍ୟମ କରିବେ ବୋଲି ଶାନ୍ତି କହିଛନ୍ତି । ଉପାଧ୍ୟାକ୍ଷା ଭାବେ ନିଦ୍ୱର୍୍ୱନ୍ଦରେ ନିର୍ବାଚିତ ହେବାପରେ ଶାନ୍ତିଲତଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Comments (0)
Add Comment