କୋଟଗଡ଼ ବନାଞ୍ଚଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ବନାଞ୍ଚଳ ତରଫରୁ ଜଙ୍ଗଲ ନିଆଁକୁ ରୋକିବା ପାଇଁ ଚଳିତ ବର୍ଷ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୁଣି ଥରେ ଆଉ ଏକ ଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାସ୍କଟ ମାଧ୍ୟମରେ କୋଟଗଡ଼ ସାପ୍ତାହିକ ହାଟରେ ଆଖପାଖ ଅଞ୍ଚଳରୁ ଆସି ଏକତ୍ରିତ ହୋଇଥିବା ଜନ ସାଧାରଣ ଏବଂ ଉଠା ଦୋକାନୀଙ୍କୁ ଲିଫ୍‌ ଲେଟ୍‌ ମାଧ୍ୟମରେ ଜଙ୍ଗଲରେ ନିଆଁ ନ ଲଗେଇବାକୁ ଅନୁରୋଧ କରାଯିବା ସହ କୋଟଗଡ ବନାଞ୍ଚଳର ପ୍ରକୃତିର ସବୁଜିମାକୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତଙ୍କୁ ଉପଦେଶ ଦିଆଯାଇଛି । ଏଥିସହିତ ନିଆଁ କୌଣସି ଅଞ୍ଚଳର ଜଙ୍ଗଲରେ ଲାଗିଲେ ଜଙ୍ଗଲ କଂଟ୍ରୋଲ ରୁମ୍‌ କୁ ତୁରନ୍ତ ଜଣାଇବାକୁ ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅନେକ ପ୍ରକାର ଜନ ସଚେତନତା କାର୍ଯ୍ୟକ୍ରମ କରାଯିବା ପରେ ମଧ୍ୟ କିଛି ଲୋକ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ଏଣୁ ବନ ବିଭାଗ ପକ୍ଷରୁ ଏଭଳି ଆଉ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ।

Comments (0)
Add Comment