ହବିଷ୍ୟାଳିଙ୍କ ପାଇଁ ଖୋଲିଲା ୨୪ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର

ପୁରୀ : ପୁରୀରେ ସରକାରଙ୍କ ଦ୍ୱାରା ଥିବା ହବିଷ୍ୟାଳି ଶିବିରରେ ୩ ହଜାର ହବିଷ୍ୟାଳି ରହୁଛନ୍ତି । ତେବେ ହବିଷ୍ୟାଳିମାନେ ବୟସ୍କ ହେତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରଖିବା, ଏବଂ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୨୪ ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି । ଏ ପର୍ଯ୍ୟନ୍ତ ୨୨ ଜଣ ହବିଷ୍ୟାଳିଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶ ହବିଷ୍ୟାଳିଙ୍କ ବ୍ଲଡ ପ୍ରେସର୍‌, ସୁଗାର, ମଧୁମୟ ସମସ୍ୟା ଥିବାରୁ ସେମାନଙ୍କୁ ନିୟମିତ ଚେକ୍‌ ଅପ୍‌ କରାଯାଉଅଛି । ତେବେ ହବିଷ୍ୟାଳି ସକାଳୁ ଉଠି ଗାଧୋଇ ବ୍ରତ ପାଳନ କରୁଥିବା ହେତୁ ହବିଷ୍ୟାଳିଙ୍କ ଠାରେ ଥଣ୍ଡା, କାଶ ଆଦି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି । ସେମାନଙ୍କୁ ଚିକିତ୍ସା କରାଯାଉଛି । ତେବେ ହବିଷ୍ୟାଳିଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ସମେତ ଆଶା କର୍ମୀ ମଧ୍ୟ ନିୟୋଜିତ ହୋଇଛନ୍ତି । ତେବେ ଅଳ୍ପ କିଛି ହବିଷ୍ୟାଳି ନିଜର ବ୍ୟକ୍ତିଗତ ସମସ୍ୟା ଯୋଗୁ ହବିଷ୍ୟାଳି ଶିବିର ଛାଡି ଥିବା ଜଣାପଡିଛି ।

Comments (0)
Add Comment