ସୁବର୍ଣ୍ଣପୁର ଜିଲ୍ଲା ବେଦ ପ୍ରଚାର ସମିତିର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କ ଯୋଗଦାନ

ସୁବର୍ଣ୍ଣପୁର: ଭାରତର ଜ୍ଞାନର ଗ୍ରନ୍ଥ ବେଦ ଓ ଯଜ୍ଞର ପ୍ରସାରରେ ବ୍ୟକ୍ତି ଓ ବ୍ୟକ୍ତିତ୍ୱର ବିକାଶ ଘଟେ ବୋଲି ସୁବର୍ଣ୍ଣପୁର ଜିଲ୍ଲାକୁ ୬ ଦିନିଆ ଗସ୍ତରେ ଆସିଥିବା ବେଦ ପ୍ରଚାରକ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ପ୍ରକାଶ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ବେଦ ପ୍ରଚାର ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ତଥା ହବନ୍‌ ଓ ୧୧ କୁଣ୍ଡିୟ ଯଜ୍ଞରେ ଭାଗ ନେବାକୁ ଆସିଥିବା ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ଗତ ୬ ଦିନ ଧରି ସୁବର୍ଣ୍ଣପୁର ଜ଼ିଲ୍ଲା ର ବିଭିନ୍ନ ଅନୁଷ୍ଠାନ ମଧ୍ୟରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସାହାରା ଟ୍ରଷ୍ଟ ହାଇସ୍କୁଲ, ପୋଲିସ ରିଜର୍ଭ କଲୋନୀ ସମେତ ସହର ତଥା ଜ଼ିଲ୍ଲା ର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରବଚନ ପ୍ରଦାନ କରି ସାରା ଜ଼ିଲ୍ଲାରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମକୁ ବେଦ ପ୍ରଚାରକ ସମିତିର ପଙ୍କଜ ମେହେର, ମହାଜନ ଆର୍ଯ୍ୟ, ସୁଦାମ ମିଶ୍ର ତଥା ଜିଲ୍ଲା ବେଦ ପ୍ରଚାର ସମିତି ସଂଯୋଜନା କରିଥିବାବେଳେ କର୍ମ ଫଳ ମୀମାଂସା ଉପରେ ଅନେକ ଉପାଦେୟ ମନ୍ତବ୍ୟ ସ୍ୱାମୀ ଜୀ ପ୍ରଦାନ କରିବିସହ ଧନ ସବୁବେଳେ କାମରେ ଆସେନି, ଧର୍ମ ସବୁ ଜନ୍ମରେ କାର୍ଯ୍ୟରେ ଆସେ, କୃତଜ୍ଞତା ହେଉଛି ବଡ଼ ଧର୍ମ, ପିଲାମାନଙ୍କୁ ସଂସ୍କାର ଶିଖାଇବା, ପିତା ମାତାଙ୍କୁ ବଂଚିଥିଲା ବେଳେ ଶ୍ରଦ୍ଧା କରିବା ଉପରେ, ଓମ ଉଚ୍ଚାରଣ ଓ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଦ୍ୱାରା ମନର ସ୍ଥିରତା, ସନାତନ ଧର୍ମ ଓ ତାରି ମୂଳ ଧର୍ମ ବେଦ ଉପରେ, ଆମ ଧର୍ମ ସଂସ୍କୃତିର ପରିଚିତ ଉପରେ ବୁଝାଇଥିଲେ । ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ, ସେଥିପାଇଁ ଆମେ ସବୁବେଳେ ସମାଜରେ ସମସ୍ତଙ୍କୁ ଶ୍ରେଷ୍ଠ ଆଚରଣ କରିବା ଆମ ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ ବୋଲି ଦୀର୍ଘ ସମୟ ଧରି ଅନେକ ବାଣୀ ପ୍ରଦାନ କରି ଛୋଟ ଛୋଟ ପିଲାଙ୍କୁ ଓ ମା ମାନଙ୍କୁ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ସାମାଜିକ ସଂସ୍କାର ଉପରେ ଅତି ପ୍ରାଞ୍ଜଳ ଭାବରେ ଶିକ୍ଷା ପ୍ରଦାନ କରିଥିଲେ ।

Comments (0)
Add Comment