ସଡକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ, ପରିବହନ ବିଭାଗ ତଥା ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଆଜି ସଡକ ସୁରକ୍ଷା ପାଳନ ଅବସରରେ ହରଡଖୋଲ ଠାରେ ଥିବା ଜିଲ୍ଳା ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ କେନ୍ଦ୍ର ସମ୍ମୁଖ ରାଜ ରାସ୍ତାରେ ଦୁଇ ଚକିଆ, ଚାରି ଚକିଆ ଯାନର ଯାଞ୍ଚ ତଥା ଚାଳକଙ୍କୁ ସଡକ ସୁରକ୍ଷା ପାଇଁ ଥିବା ନିୟମ କାନୁନ ସମ୍ୱନ୍ଧରେ ସଚେତନତା କରାଯାଇଛି । ସାମ୍ପ୍ରତିକ ସ୍ଥିତିରେ ଗାଡି ଚାଳକ ମାନେ ସଡକ ସୁରକ୍ଷାର ବିଧି ବ୍ୟବସ୍ଥା ମାନୁ ନ ଥିବାରୁ ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେଉଛି । ଏହାକୁ ଦୃଷ୍ଟିରେ ରଖି ବିଶେଷକରି ବାଇକ ଚାଳକ ଓ ପଛ ପଟରେ ବସିଥିବା ଲୋକ ହେଲମେଟ ପରିଧାନ କରୁନଥିବାରୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଏଣୁ ଏହାକୁ ରୋକିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସାମିଲ କରାଯାଇଛି । ଆଜି ଏନେଇ ମଦର ଟେରେସା ବ୍ଲକ ମିଶନ ଶକ୍ତି ଫେଡେରେସନର ସଦସ୍ୟା ବୃନ୍ଦଙ୍କ ଦ୍ୱାରା ସୋନପୁର- ବଲାଙ୍ଗୀର ରାସ୍ତାର ହରଡଖୋଲଠାରେ ବିନା ହେଲମେଟ ପରିଧାନ କରି ଯାଉଥିବା ଚାଳକଙ୍କୁ ସଚେତନତା କରାଇବା ସହ ୧ ହଜାର ଟଙ୍କା ବିନିମୟରେ ଗୋଟିଏ ଲେଖାଏଁ ହେଲମେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, ଜିଲ୍ଳା ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ନାୟକ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭାଗୀୟ କର୍ମକର୍ତ୍ତା, ପୋଲିସ ବିଭାଗର ଅଧିକାରୀ, ସାମ୍ବାଦିକ ପ୍ରମୁଖ ସାମିଲ ରହିଥିଲେ ।

Comments (0)
Add Comment