ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମିଳିତ ଜିଲ୍ଲାସ୍ତରୀୟ କର୍ମଶାଳା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡ଼ିଆରଡିଏର ତାଲିମ କେନ୍ଦ୍ର ଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମିଳିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସମବାୟ ବିକାଶ ନିଗମ ଏବଂ ମତ୍ସ୍ୟ ବିଭାଗ ଭାରତ ସରକାରଙ୍କ ଦ୍ୱାରା ମିଳିତ ଜିଲ୍ଲାସ୍ତରୀୟ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହରିହର ସେଠୀ ଏଆରସିଏସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଖାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା, ଆଞ୍ଚଳିକ ନିର୍ଦ୍ଦେଶକ ସାରଦୁଲ ଯାଦବ, ଉପଦେଷ୍ଟା ପ୍ରତାପ କୁମାର ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନେ ସମବାୟ ସମିତିର ସମ୍ପାଦକ ମାନେ ଉପସ୍ଥିତ ରହି ତାଲିମ ନେବା ସହ ସେମାନଙ୍କୁ ସଚେତନତା କରାଯାଇଥିଲା । ସେମାନେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆଲୋଚନାରେ ଅଂଶ ଗ୍ରହଣ କରି ନିଜର ଅନୁଭୂତି ଓ ସେମାନଙ୍କର ସୁବିଧା ଅସୁବିଧା ବୁଝି ନେଇଥିଲେ । ଜିଲ୍ଲାରେ କିପରି ମତ୍ସ୍ୟ ଚାଷର ବିକାଶ ହୋଇପାରିବ ତାହା ମଞ୍ଚାସୀନ ଅତିଥିମାନେ ବୁଝାଇଥିଲେ । ପରିଶେଷରେ କାର୍ଯ୍ୟକ୍ରମର ଉପଦେଷ୍ଟା ପ୍ରତାପ କୁମାର ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ । ଏହି ଭଳି କାର୍ଯ୍ୟକ୍ରମକୁ ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନେ ଓ ମତ୍ସ୍ୟ ଚାଷୀମାନେ କିଛି ଶିକ୍ଷା ଲାଭ କରିଥିବାରୁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ତାଲିମ ଦେଇଥିବା ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments (0)
Add Comment