୫ କୋଟିର ମାନହାନି ମାମଲା କଲେ ପ୍ରକୃତି

ଭୁବନେଶ୍ୱର : ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ବିବାଦ ପୁଣି ତେଜିଛି । ଆଜି ପ୍ରକୃତି ମିଶ୍ର ଭୁବନେଶ୍ୱରର କୋର୍ଟରେ ୫କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି । ସେ ଏହି ମାନହାନି ମାମଲା ବାବୁସାନଙ୍କ ଶ୍ୱଶୁର ଳଳିତ ଶତପଥୀ ଓ ପତ୍ନୀ ତୃପ୍ତି ଶତପଥୀଙ୍କ ନାଁ’ରେ କରିଛନ୍ତି । ଏହାସହତି ଏହି ମାମଲାରେ ସୋସିଆଲ ମିଡିଆକୁ ପ୍ରକୃତି ପକ୍ଷଭୁକ୍ତ କରିଛନ୍ତି । ୟୁଟୁ୍ୟବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ସେ ୟୁଟୁ୍ୟବକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି । ସୂଚନା ଅନୁସାରେ ଗତ ମାସ ଜୁଲାଇ ୨୩ ତାରିଖରେ ରାଜଧାନୀ ରାସ୍ତା ଉପରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଗୋଟିଏ କାରରେ ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ର ଯାଉଥିବାବେଳେ ବାଟରେ ଅଟକାଇଥିଲେ ତୃପ୍ତି । ଆଉ ତାପରେ ତୃପ୍ତି ବାବୁସାନଙ୍କୁ ଟଣା ଓଟରା କରିବା ସହ ପ୍ରକୃତିଙ୍କୁ ମାଡ ମାରିଥିବା ଦେଖିବାକୁ ମିଳିଥିଲା । ତାପରେ ପ୍ରକୃତିଙ୍କ ପକ୍ଷରୁ ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତିଙ୍କ ମାଆ ।

Comments (0)
Add Comment