ପଦଯାତ୍ରା ପାଇଁ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତରେ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

ଦଶପଲ୍ଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ସାରା ଓଡ଼ିଶାରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ୨୮ ତାରିଖ ଶୁକ୍ରବାର ଦିନ ୧୦ ଘଟିକା ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରା ନିମନ୍ତେ ଆଜି ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତରେ ବିଜୁ ଜନତା ଦଳର କର୍ମୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ସାହୁ ଓ ଆଗଧାଡିର ବିଜେଡି କର୍ମୀ ଜଗବନ୍ଧୁ ଆଚାର୍ଯ୍ୟଙ୍କ ଆହ୍ୱାନକ୍ରମେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଟାକରା ପଞ୍ଚାୟତର ବିଜୁ ଜନତା ଦଳର ଆଗଧାଡ଼ିର କର୍ମୀ ଅଭିମନ୍ୟୁ ସାହୁ, ସନ୍ତୋଷ କୁମାର ସାହୁ, ସୁକାନ୍ତ ଜାନୀ ପ୍ରମୁଖ ଯୋଗଦେଇଥିବା ବେଳେ ଟାକରା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମଧ୍ୟ ବିଜୁ ଜନତା ଦଳର କର୍ମୀ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଅକ୍ଟୋବର ୨୮ ତାରିଖ ଦିନ ଦଶପଲ୍ଲାରେ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରାକୁ ସାଫଲ୍ୟ ମଣ୍ଡିତ କରିବା ସକାଶେ ଆଲୋଚନା କରାଯାଇଥିଲା ।

Comments (0)
Add Comment