ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଏକ ଦାଦନ ପ୍ରବଣ ଅଞ୍ଚଳ । ଏଇଠି ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି । ଲୋକମାନେ ଅଭିଯୋଗ କରୁଛନ୍ତି ଯେ, ଏଇଠି କାମଧନ୍ଦା ମିଳୁନି କିନ୍ତୁ ସରକାର ପ୍ରୟାପ୍ତ ପରିମାଣରେ କର୍ମ ଦିବସ ସୃଷ୍ଟି କରୁଛନ୍ତି ବୋଲି କହୁଛନ୍ତି । ତା’ ହେଲେ ସତ୍ୟତା କ’ଣ ସରକାରଙ୍କ ତଥ୍ୟ ନାଁ ଶ୍ରମିକ ମାନଙ୍କ ଅଭିଯୋଗ ? ଯୋଜନା ନାଁ ରେ ହରିଲୁଟ ହେଉନି ତ ସରକାରୀ ଅର୍ଥ ? ଏହିପରି ସାଙ୍ଘାତିକ ଅଭିଯୋଗ ଆସିଛି ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତରୁ । ଯାହା ଫଳରେ ତାତିଛନ୍ତି ଲୋକେ, ପଞ୍ଚାୟତରେ ତାଲା ପକାଇ ଧାରଣାରେ ବସିଛନ୍ତି ହିତାଧିକାରୀ । ଅଭିଯୋଗ ଅନୁଯାୟୀ ମାଟିଆଭଟା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ ସୁଧର୍ମା ବେହେରା କାର୍ଯ୍ୟାଳୟକୁ ନିୟମିତ ଭାବରେ ଆସୁନଥିବା ବେଳେ ଆର୍ଥିକ ଅନିୟମିତତା କରୁଥିବା , ଏପରିକି ସରପଞ୍ଚଙ୍କ ଅଜାଣତରେ ଫାଇଲ ପାସ କରୁଥିବା ଅଭିଯୋଗ କରିଛନ୍ତି ମାଟିଆଭଟା ଗ୍ରାମବାସୀ । ଏ ବିଷୟରେ ମାଟିଆଭଟା ସରପଞ୍ଚ ସନ୍ତୋଷିନୀ ବରିହାଙ୍କୁ ପଚରା ଯିବାରୁ ତାଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ରଂଜିତ ସାହୁ ଓ ଜି.ଆର.ଏସ ସୁଧର୍ମା ବେହେରା ତାଙ୍କୁ କୌଣସି ବିଷୟରେ ନ ପଚାରି ପଞ୍ଚାୟତର ସବୁ ଫାଇଲ କାମ କରୁଥିବା ଓ ମନ ଇଚ୍ଛା ପଞ୍ଚାୟତ କାର୍ଯ୍ୟଳୟକୁ ଆସୁଥିବା କହିଛନ୍ତି ।