ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢାଇଲା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ

ଚଣ୍ଡିଖୋଲ:ଦୃଷ୍ଟିହୀନ, ଟିଭି ଓ କ୍ୟାନ୍ସର ଭଳି ଦୁରାତ୍ମ ରୋଗରେ ପଡ଼ିଥିବା ରୋଗୀଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଛି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ । ବଡ଼ଚଣା ବ୍ଳକର ଶାନ୍ତିପୁର ପଞ୍ଚାୟତ ବେଣାପୁର ଗ୍ରାମର ଭରତ ଚନ୍ଦ୍ର ସ୍ୱାଇଁ କ୍ୟାନ୍ସର ରୋଗରେ ପଡ଼ି ନିଜର ଆର୍ଥିକ ଓ ମାନସିକ ସ୍ଥିତି ହରାଇ ବସିଥିଲେ । ସେହିପରି ସୁଙ୍ଗୁଡ଼ା ପଞ୍ଚାୟତ କୁମ୍ଭାର ସାହିର ଦୃଷ୍ଟିହୀନ ବ୍ୟକ୍ତି ରାଜୁ ରଣା ଓ ଟିଭି ରୋଗରେ ଆକ୍ରାନ୍ତ ହୋଇଥିବା ଆଲୋକ ରଣା ମଧ୍ୟ ଆର୍ଥିକ ଅନାଟନ ଓ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ । ଏମାନଙ୍କ ଆର୍ଥିକ ସ୍ଥିତି ଏତେ ସ୍ୱଚ୍ଛଳ ନୁହେଁ । ଏମାନଙ୍କ ରୋଜଗାର ଉପରେ ପରିବାର ନିର୍ଭର କରିଥାନ୍ତି । ଏମାନେ ବର୍ତ୍ତମାନ ରୋଗରେ ଶଯ୍ୟାଶାୟୀ । ତେଣୁ ପରିବାର ଚଳିବା କଷ୍ଟକର ହୋଇପଡିଛି । ସୁଙ୍ଗୁଡ଼ା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରିତମ ନାୟକ ଏମାନଙ୍କୁ ଭେଟି କିଛି ସହଯୋଗ କରିବା ସହ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସହ ଯୋଗାଯୋଗ କରି ଏମାନଙ୍କ ସାହାର୍ଯ୍ୟ ପାଇଁ ଅନୁରୋଧ କରିଥିଲେ । ଶ୍ରୀ ନାୟକଙ୍କ ଅନୁରୋଧ ରକ୍ଷା କରି ଟ୍ରଷ୍ଟ ପକ୍ଷରୁ ରାଜେଶ ପାଳଙ୍କ ନେତୃତ୍ୱରେ ତାଙ୍କ ଟିମ୍‌ ଆସି ତିନିଜଣ ପୀଡ଼ିତାଙ୍କୁ ଦୁଇମାସର ରାସନ ସାମଗ୍ରୀ ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହିଭଳି ପରୋଉପକାରରେ ନିଜର ତନ୍‌, ମନ, ଧନ ଦେଉଥିବା ବଦାନ୍ୟ ବ୍ୟକ୍ତି ଓ ଟ୍ରଷ୍ଟଙ୍କୁ ବୁଦ୍ଧିଜୀବୀ ମହଲରୁ ଭୂରୀଭୂରୀ ପ୍ରଶଂସା କରାଯାଇଛି ।

Comments (0)
Add Comment