ନବରଙ୍ଗପୁର ଓ ଉମରକୋଟରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ

ନବରଙ୍ଗପୁର: ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ବିଦ୍ୟୁତ୍‌ ବିଭାଗ ତରଫରୁ ସାଇ କଲ୍ୟାଣ ମଣ୍ଡପ ଠାରେ ଓ ଉମରକୋଟ ମୁନିସିପାଲିଟୀ କଲ୍ୟାଣ ମଣ୍ଡପ ଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଅଧ୍ୟକ୍ଷ ପୌରପାଳିକା ନବରଙ୍ଗପୁର କୁନୁ ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ, ନବରଙ୍ଗପୁର ବ୍ଲକ୍‌ ଅଧକ୍ଷ ଶରତ ଭତ୍ରା, ଉପାଧ୍ୟକ୍ଷ ନନ୍ଦିନୀ ସମ୍ରଥ ଡେପୁଟି ଜି ଏମ୍‌, ଓପିଟିସିଏଲ୍‌, ଜୟପୁର, ପଦ୍ମଲୋଚନ ସାହୁ, ଚିଫ ମ୍ୟାନେଜର ପିଜିଶୀଲ୍‌ ଜୟପୁର, ଆଶୁତୋଷ ଭୋଇ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ୍‌ ବିଭାଗ ନବରଙ୍ଗପୁର ଅଭିଜିତ ପାଢ଼ୀ, ସହ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଖଟେଇ, ଯୋଗଦେଇ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ ମହୋତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ନବରଙ୍ଗପୁର ଜିଲ୍ଲାର ବିଦ୍ୟୁତ୍‌ ଶକ୍ତି କ୍ଷେତ୍ରରେ କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସଂପୃକ୍ତ ବିଭାଗ ତରଫରୁ ସୂଚନା ଦେଇଯାଇଥିଲା । ବିଦ୍ୟୁତ୍‌ ଶକ୍ତି ସମ୍ପର୍କରେ ସଚେତନତା ବାର୍ତ୍ତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲା ସାଂସ୍କୃତି ପରିଷଦ ନବରଙ୍ଗପୁର ତରଫରୁ ଅନୁଷ୍ଟିତ ହୋଇଥିଲା । ଉମରକୋଟ ମୁନିସିପାଲିଟୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ଲିପିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରି ଘାସିରାମ ହରିଜନ, ମୁନିସିପଳିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ, ବ୍ଲକ ଚାୟାରପର୍ସନ ଶ୍ରୀମତୀ ସୁଶୀଳା ମାଝୀ, ଯୋଗ ଦେଇଥିଲେ । ଏହି ଦୁଇଟି କାର୍ଯ୍ୟକ୍ରମକୁ ମନୋଜ ପଟ୍ଟନାୟକ ପରିଚାଳନା କରିଥିଲେ ।

Comments (0)
Add Comment