ବୌଦ୍ଧ: ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍ପିଏସ)ର ସଭାପତି ଶିଶିର ଖଟୁଆ, ରାଜ୍ୟ ସଂଘର ଉପ ସଭାପତି ଶମ୍ଭୁ ଗିରି ଓ ସମ୍ପାଦକ ମହେଶ କୁମାର ସେଠୀଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୌଦ୍ଧରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ଫୁଲତୋଡ଼ା ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଜିଲ୍ଲାର ପ୍ରାଥମିକ ଶିକ୍ଷା, ଶିକ୍ଷକଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା । ତତ୍ ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ପଦୋନ୍ନତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଳା ପ୍ରକଳ୍ପ ସଂଯୋଜକଙ୍କ ପ୍ରଶିକ୍ଷଣ କକ୍ଷରେ ଏକ ସ୍ୱତନ୍ତ୍ର ବୈଠକ କରି ଆଗାମୀ ଦିନରେ ତିନି ଦଫା ଦାବିକୁ ନେଇ ରାଜ୍ୟସ୍ତରୀୟ ସମସ୍ତ ସଂଘକୁ ନେଇହେବାକୁ ଥିବା ମିଳିତ ଆନ୍ଦୋଳନକୁ ସମସ୍ତେ ସହଯୋଗ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ବସନ୍ତ କୁମାର ବିଶ୍ୱାଳ, ପ୍ରଜିନା ପାଢ଼ୀ, ରେଣୁପ୍ରଭା ବେହେରା, ରଞ୍ଜିତା ମିଶ୍ର, ଅନିତା ହୋତା, ନିରାକାର ସାହୁ, ବାମଦେବ ଦାଶ, ସତ୍ୟନାରୟଣ ନାୟକ, ଜିତେନ୍ଦ୍ର ବେହେରା, ପ୍ରସନ୍ନ ଭୋକ୍ତା, ହୃଦାନନ୍ଦ ଦନ୍ତା, ହୁର୍ଶିକେଶ ସିଂ, ବିଜୟ କୁମାର ସାହୁଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ ଥିଲେ ।