ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବହିରା ଗ୍ରାମର ଝରଣା ଉର୍ମା ନାମକ ଜଣେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ଅଭିଯୁକ୍ତ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ନେଇ ଆଜି ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବହିରା ଗ୍ରାମରେ ୩୦ ବର୍ଷ ଧରି ନିଜ ଦଖଲରେ ଥିବା ଜମିରେ ଝରଣା ଉର୍ମା ନିଜ ଭାଇ ନିରାକାର କୁମ୍ଭାରଙ୍କ ସହଯୋଗରେ ଗୃହ ନିର୍ମାଣ କରିଥିଲେ । ସିମେଣ୍ଟ ଖମ୍ବ ପୋତି ଆଜବେଷ୍ଟସ୍ ମଧ୍ୟ ଛପର କରି ସାରିଥିଲେ । ମାତ୍ର ନିଜ ସାହିର କିଛି ଲୋକ ତାଙ୍କ ଘର ଭାଙ୍ଗି ଗତ ୧୬. ୦୧. ୨୦୨୩ ରେ ଆଜବେଷ୍ଟସ୍ ଚୋରୀ କରି ନେଇଥିବା ଝରଣା ୧୮ ତାରିଖ ଦିନ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜି ଯାଏଁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ହେତୁ ସେ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ପାଇଁଁ ପରିବାର ସହ ଆଜି ଦିନ ୧୨ ଘଣ୍ଟା ସମୟରେ ଆସିଥିଲେ । ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତିରେ ସହକାରୀ ଆରକ୍ଷୀ ଅଧୀକ୍ଷକ ରବିନ୍ଦ୍ର କୁମାର ରାଉତଙ୍କୁ ନିଜ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁଁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଶୁଣିଲେନି ବାଉଁଶୁଣୀ ଥାନା ଅଧିକାରୀ, ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ
