ଫୁଲବାଣୀ : ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ଲୁହୁରୁବାଲି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ଶନିବାର ମା ଓ ଶିଶୁ ର ଯତ୍ନ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ରୋଟାରୀ କ୍ଲବ ସଭାନେତ୍ରୀ ଶ୍ରୀମତୀ ବୀରା ଜିନି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦିକା ଶ୍ରୀମତୀ ସୁନୀତି ଆଚାରୀ ସ୍ୱାଗତ୍ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡି ସୁପରଭାଇଜର, ସଦସ୍ୟ ତଥା ଆଇନଜୀବୀ ବିଜୟ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମା ଓ ଶିଶୁ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ଏଣୁ ସର୍ବଦା ପୋଷଣ ଯୁକ୍ତ ଖାଦ୍ୟ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେଇଥିଲେ । ରୋଟାରୀ ସଦସ୍ୟ ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ୍ ଦେଇଥିଲେ ।
ଗ୍ରାମରେ ଥିବା ଦୁଇଜଣ ରେଡ୍ ଜୋନ୍ରେ ଥିବା ସନ୍ତୋଷିନି ଦେହୁରୀ ଓ ସୁନେଲୀକା ମାଝୀଙ୍କ ପରିବାରର ମା ଓ ଶିଶୁଙ୍କୁ ରୋଟାରୀ କ୍ଲବ ପକ୍ଷରୁ ପନ୍ଦର ଦିନ ପାଇଁ ଡାଲି, ଅଣ୍ଡା, ସୋୟା, ପନିପରିବା ଆଦି ପ୍ରଦାନ କରାଯାଇଥିଲା ।
ଅନ୍ୟ ମାନଙ୍କ୍ ମଧ୍ୟରେ ଅଙ୍ଗନବାଡି କର୍ମୀ ଅନିତା କହଁର, ଆଶା କର୍ମୀ ମାଳତୀ କହଁର, ସେବତୀ ମାଲିକ୍, ନିବେଦିତା କହଁର, ଶଶିକଳା ପ୍ରଧାନ, କାଜଲ ଦିଗାଲ, ଉର୍ବଶୀ ପ୍ରଧାନଙ୍କ ସମେତ ରୋଟାରିଆନ ପଦ୍ମ ଚରଣ ମହାନ୍ତି, ଦେବେନ୍ଦ୍ର ପାତ୍ର, ମିଟୁ ମହାପାତ୍ର, ମୁକ୍ତି କାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।